STORYMIRROR

Indrabadal Mohanty

Abstract

2  

Indrabadal Mohanty

Abstract

ମୋ ଘର

ମୋ ଘର

1 min
421

ମୋ ଘର

ଖୁସିର ଗୋଟେ ଅମାପ ଭଣ୍ଡାର

ହସିହସି କରିଛି ସମସ୍ତଙ୍କୁ ଆପଣାର


ମୋ ଘର

ମଜବୁତ ମୂଳଦୁଆ କେଂଚାଏ ଦୁଃଖର

ପୁଣି ଛୋଟ ଗୋଟେ ବଗିଚା ମେଞ୍ଚାଏ ଆଦର୍ଶର


ମୋ ଘର

ଏଠି କିଛି ମାତ୍ରାରେ ରାଗ ଅଭିମାନ ଭରି ରହିଛି

ପୁଣି ଏଠି ସ୍ନେହର ଗୋଟେ ଗନ୍ତାଘର ସାଜିଛି


ମୋ ଘର

କେତେ ଯେ କାହାଣୀକୁ ନେଇ ଆଜି ପ୍ରେରଣା ସାଜିଛି

ପୁଣି ଭାଙ୍ଗି ଗଲେ ବି ନିଜେ ନିଜେ ଠିଆ ହେବାର କଳା ଜାଣିଛି


ମୋ ଘର

ଭଲପାଇବା ଏଠି ସମସ୍ତଙ୍କର ଅଳଙ୍କାର ସାଜିଛି

ନିଜତ୍ବ ନୂଆ ଏକ ବାର୍ତ୍ତା ଦୁନିଆକୁ ଶିଖାଇବାକୁ ଚେଷ୍ଟା କରୁଛି


ମୋ ଘର

ଏଠି କେତେ ଯେ ଦୁଖଃର ମାୟା ଜାଲରେ ଅନେ ସମୟ ଫସିଯାଇଛି

ପୁଣି ହସଖୁସିର ଅସ୍ତ୍ରକରି ଦୁଃଖର ହିମାଳୟ ବି ଲଙ୍ଘି ଯାଇଛି


ମୋ ଘର

ଅଚିହ୍ନା ବି ଏଠି ନିଜତ୍ବର ବାର୍ତ୍ତା ଦେଇଛି

ଜିତିବାର ଜିଜ୍ଞାସା ପ୍ରତ୍ୟକ ଇଟାରେ ସତରେ ଭରି ରହିଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract