ମୋ ଗାଁ
ମୋ ଗାଁ
ଭୂଗୋଳ ପୋଥିରେ ପଛେ ନ ଥାଉ ତାର ନା
ତଥାପି ପ୍ରିୟ ମୋ ପାଇଁ ମୋ ଗାଁ
ଯାର ପାଣି ପବନେ ଛୋଟ ରୁ ବଡ଼ ହୋଇଛି ମୁହିଁ
ଯାହାର ପାଖେ ମୋର ଦିନ କଟିଛି ରହି
ସେଇ ତ ପ୍ରିୟ ମୋର ଗାଁ
ମାନ ଚିତ୍ରରେ ନ ଥାଉ ପଛେ ତାର ନା
ସେହି ଗାଁ ଭାଗବତ ଘରେ ନୀତି ପୁରାଣ ବୋଲା ଯାଏ
ବାର ମାସେ ତେର ଯାତ୍ରା ମୋ ଗାଁ ରେ ହୁଏ
ସ୍ୱଛତା ରେ ଆଗୁଆ ଆଜି ମୋ ଗାଁ
ଇତିହାସ ରେ ନ ଥାଉ ପଛେ ମୋ ଗାଁ ର ନା
ଆମ ଗାଁ ମନ୍ଦିର କିରତି ବିଖ୍ୟାତ ହୋଇଛି
କେତେ କରୁ କାର୍ଯ୍ୟ ତାର ଦେଖି ବାକୁ ମିଳୁଛି
ପ୍ରାଚୀନ କିରତି ରେ ଭରା ମୋର ଗାଁ
କିଏ ନେଉ କି ନ ନେଉ ତାହାରି ନା
ମୋ ଗାଁ ର ଯାତ୍ରା ପ୍ରସିଦ୍ଧ ହୋଇଛି
ପ୍ରଭୁ ବିରଞ୍ଚି ନାରାୟଣ ଙ୍କ ବିଗ୍ରହ ରହିଛି
ଭାରି ଐତିହାସିକ ମୋହର ଗାଁ
କିଏ ଜାଣୁ କି ନ ଜାଣୁ ତାହାର ନା
ସାହିତ୍ୟ ଯେଉଁଠି ଶୋଭା ପାଉ ଅଛି
କେତେ କବି ଙ୍କୁ ସେ ତ ସୃଷ୍ଟି କରିଛି
ଯାହାର ମାଟିରେ ସାହିତ୍ୟ ସେହି ମୋ ଗାଁ
ସାହିତ୍ୟ ରେ ନ ଥାଉ ପଛେ ତାର ନା
ଏଇଠି କେତେ ବୀର ଜନ୍ମ ନେଲେ
କେତେ କଳାକାର କେତେ କାରିଗର ଆଗେଇ ଗଲେ
ସେହି ବୀର ଭୂମି ପୁଣ୍ୟ ଭୂମି ମୋ ଗାଁ
ପଥର ଦେହରେ ନୁହେଁ ହୃଦୟେ ଲେଖିଛି ତା ନା ।