STORYMIRROR

Padmalaya Mishra

Inspirational

2  

Padmalaya Mishra

Inspirational

ମୋ ଗାଁ

ମୋ ଗାଁ

1 min
13.5K


ଜନମି ତୋହରି କୋଳେ

ବଢ଼ି ତୋ ପାଣି ପବନେ

ହେଲି ମୁଁ ଯୁବା . . .

ପର କଅଁଳିଲା ଯେମିତି

ଶିଖିଲି ଖଣ୍ଡିଉଡ଼ା

ପଡ଼ିଗଲେ ଟିକେ

ମୋ ଠୁ ଅଧିକ ତତେ କଷ୍ଟ

ମନେ ପଡ଼ନ୍ତି ଇଷ୍ଟ

ଖଣ୍ଡନ୍ତି ସମସ୍ତ ରିଷ୍ଟ . . . .

ଉଡ଼ା ଶିଖିଗଲି ଯେବେ

ଉଡ଼ିଗଲି ଫୁର୍ କିନା

ଭୁଲିଗଲି ତୋର ନା

ଏବେ ତୋ ପାଣି ପବନ

ବାଜିଗଲେ ଦେହେ ମୋର

ହେବ କାଳେ ଜର

ଲାଗଇ ତ ଡର . . . .

ସେଥିପାଇଁ ପ୍ରାୟ ଜାଏନି

ତୋ କୋଳକୁ

ସେ ମଫସଲ ଅଂଚଳକୁ

ଅପେକ୍ଷା ବୃଦ୍ଧ ବେଳକୁ

ଯେତେବେଳେ ଆଡ଼େଇବେ ସବୁ

ବାହୁଡ଼ିବି ସେଇ ଘରକୁ

ଜାଣିଛି କୋଳେଇ ନବୁ

ମୁଁ ଥିବି ସେଇ ଅଝଟିଆ ଛୁଆ

ପୋଖରୀରେ ବୁଡ଼ିବି

ଧୂଳିରେ ଲୋଟିବି

କରିବି ପୂର୍ଣ୍ଣ ମନକଥା

ବେଳ ବୁଡ଼ିଗଲେ ଶୋଇବି

ରଖି ତୋ କୋଳରେ ମଥା

କୁଟୁମ୍ବଙ୍କ ମେଳେ

ଯିବି ମୁଁ ରୋଷଣୀ ଧରି

ଶାନ୍ତିରେ ଶୋଇବି

ଜପୁଥିବେ ସବୁ ହରି . . . .


ପଦ୍ମାଳୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational