ମୋ ଗାଁ
ମୋ ଗାଁ
ସବୁଜ ବନାନୀ
ପାହାଡ଼ର କୋଳେ
ଝରଣା ନିର୍ଝରେ
ପକ୍ଷୀର କାକଳୀ
ଜୀବ ଜନ୍ତୁ ମେଳି
ଗଢିଉଠିଛି ମୋ ଗାଁ
ଭୋଗଳ ପୃଷ୍ଠାରେ
ନଥାଉ ପଛକେ ତା ନାଁ
ଆମ ପାଇଁ ସେ ସୁନାର ଗାଁ ll
ବାର ମାସେ ତେର ପର୍ବ
ପାଳନ ହୁଏ ଏଇଠି
ନଥାଇ ଭେଦ ଭାବ
ଧନୀ ଗରିବ
ଏକାଠି ଝୁମୁ
ଏକାଠି ନାଚୁ
ଏକାଠି ଗାଉ
ନଥାଇ ଗ୍ଲାନି
ନଥାଇ ଦ୍ୱେଷ,
ଏ ପରା ମୋ ଗାଁ
ସୁନ୍ଦର ସରସ ll
ସହର ଠୁଁ ଦୂରରେ ଆମେ
ଚାକଚକ୍ୟ ବି ବୁଝୁନା ଆମେ
ପାହାଡି ପବନ
ଜଙ୍ଗଲର ଫଳ
ଝରଣାର ଜଳ
ସେଇତ ଆମର ବଳ ll
କାହିଁ କେତେ ବାବୁ ବାବୁଆଣୀ
ଭୋଟ ସମୟରେ ଆସନ୍ତି
ପୁଳେ ପୁଳେ ପ୍ରତିଶ୍ରୁତି ଦେଇ
ଚାଲିଯାଆନ୍ତି,
ତଥାପି କେବେ ଭାବିନୁ
କେବେ ଆଶା କରିନୁ
ସରକାରୀ ସହାୟତା
କାରଣ ଆମର ଅସ୍ତ୍ର
ଏକତା
ଏକତା
ଆଉ ଏକତା ll
