STORYMIRROR

DR SAMIR RANJAN BEHERA

Abstract Inspirational

3  

DR SAMIR RANJAN BEHERA

Abstract Inspirational

ମୋ ଗାଁ

ମୋ ଗାଁ

1 min
163

ସବୁଜ ବନାନୀ

ପାହାଡ଼ର କୋଳେ

ଝରଣା ନିର୍ଝରେ

ପକ୍ଷୀର କାକଳୀ

ଜୀବ ଜନ୍ତୁ ମେଳି

ଗଢିଉଠିଛି ମୋ ଗାଁ

ଭୋଗଳ ପୃଷ୍ଠାରେ

ନଥାଉ ପଛକେ ତା ନାଁ

ଆମ ପାଇଁ ସେ ସୁନାର ଗାଁ ll


ବାର ମାସେ ତେର ପର୍ବ

ପାଳନ ହୁଏ ଏଇଠି

ନଥାଇ ଭେଦ ଭାବ

ଧନୀ ଗରିବ

ଏକାଠି ଝୁମୁ

ଏକାଠି ନାଚୁ

ଏକାଠି ଗାଉ

ନଥାଇ ଗ୍ଲାନି

ନଥାଇ ଦ୍ୱେଷ,

ଏ ପରା ମୋ ଗାଁ

ସୁନ୍ଦର ସରସ ll


ସହର ଠୁଁ ଦୂରରେ ଆମେ

ଚାକଚକ୍ୟ ବି ବୁଝୁନା ଆମେ

ପାହାଡି ପବନ

ଜଙ୍ଗଲର ଫଳ

ଝରଣାର ଜଳ

ସେଇତ ଆମର ବଳ ll


କାହିଁ କେତେ ବାବୁ ବାବୁଆଣୀ

ଭୋଟ ସମୟରେ ଆସନ୍ତି

ପୁଳେ ପୁଳେ ପ୍ରତିଶ୍ରୁତି ଦେଇ

ଚାଲିଯାଆନ୍ତି,

ତଥାପି କେବେ ଭାବିନୁ

କେବେ ଆଶା କରିନୁ

ସରକାରୀ ସହାୟତା

କାରଣ ଆମର ଅସ୍ତ୍ର

ଏକତା

ଏକତା

ଆଉ ଏକତା ll


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Abstract