STORYMIRROR

Prabhanjana Tripathy

Inspirational

4  

Prabhanjana Tripathy

Inspirational

ମୋ ଗାଁ ସକାଳ

ମୋ ଗାଁ ସକାଳ

1 min
170

ଶୁଭ୍ର ଦିବାକର ବାଳ ରୂପ ପାଇ,

ପୂର୍ବ ଅଲୋକେ କିରଣ ବିଛାଇ,

ସୁକ୍ଷ୍ମ ରେଣୁରେ ପୁଲକି ଉଜ୍ବଳ,

ଉଭାହେଲେଣିଯେ ଵିଖରି କଲ୍ବ୍ଳଳ  ll


ଚିଆଁ ଚିଆଁ ରବେ ମେଦିନି ଚଞ୍ଚଳ,

କୁହୁ କୁହୁ ତାନେ ନାଚେ ତୋଟାମାଳ,

କୁମ୍ଭଟୁଆ ରଡି ଜଗାଏ ମେଦିନି,

କୁକୁଟ ଡାକଇ ବାହୁନି କାମିନୀ ll


ଛଡା ଛାଟ ପାଇଁ ସୁଭାଙ୍ଗି ଆତୁର,

ହଳ ଯୋଡି ଚାଷୀ ହୁଏ ତରତର,

ଭେଁ ଭେଁ ଦାମ୍ବୁଡି ମା ଖୀର ଲୋଭେ,

ହମ୍ବାଳି ଯୋଡିରେ ଗୁହାଳ ବି ଶୋଭେ ll


କାମିନୀ ମେଳରେ କାକଟ ଜାବୁଡି,

ପୁଷ୍କରିଣୀ କୂଳେ ହୋନ୍ତି ଭିଡ଼ାଭିଡି,

ଟୁଙ୍ଗିରେ ଘଣ୍ଟିଆ ବାଜେ ଟଣଟଣ,

ମୃଦଙ୍ଗ ସାଙ୍ଗକୁ ତାଳର ମିଶ୍ରଣ ll


ରାସ୍ତା କଡେ ବସି ନିଧିଆ ବାପୁଡା,

ପାଣି ଢାଳ ଧରି କରୁଅଛି ଝାଡା 

କୁମୁଦିନି ମାଈଁ ତୁଳସୀ ମୂଳରେ,

ଦୀପ ଦେଇ ପୁଜେ ମୁକୁଳା ବାଳରେ ll


କଚରା ଗଦା କୁ ନ ପାରି ସମ୍ଭାଳି,

ଗାଁ ମେହନ୍ତର ଦେଉଅଛି ଗାଳି 

ଫୁଲ ତୋଡା ଧରି ନରସିଂହ ଅଜା,

ଅନ୍ଧାରୀ ଆଲୋକେ କରେ ଫୁଲ ଖୋଜା ll


ରାସନ ଦୋକାନୀ ବୃନ୍ଦାବନ ନନା,

ଦୋକାନ ଝାଡ଼ଇ ଧରି ଫଟା କନା 

ଇଡିଲି, ସାମ୍ଭାର,ଚଟଣି ଓଳାଇ,

ସଖାଲୁ ରାମିଆ ବୋବାଳି ଛାଡଇ ll


ଖୀର ବୋତଲ ଟେ ଦିଏ ଭୋଳା ଭାଇ,

ତା ଘରେ ପାଳିଛି ବିଦେଶିନୀ ଗାଈ 

ମାଳି ଆସିଲାଣି ମୁଢ଼ି ମୁଢ଼ି଼ ଡାକି,

ଜଟିଆ ଅଜାଟି ମାଗୁଅଛି ବାକି ,ll


ଚମ୍ପା ଆସିଅଛି ଝାଟେଇ ଅଗଣା,

କାମ ବାଲି ସିନା କଥା ଚଣା ଚଣା 

ଏସବୁ ମୋ ଗାଁ ପ୍ରତିଦିନ ପ୍ରଥା,

ପଢି ମତ ଦେବ ସୁଜ୍ଞାନୀ ଜନତା ll



Rate this content
Log in

Similar oriya poem from Inspirational