STORYMIRROR

Prafulla Kumar Tripathy

Abstract

2  

Prafulla Kumar Tripathy

Abstract

ମୋ ଗାଁ ଶୀତ

ମୋ ଗାଁ ଶୀତ

1 min
2.3K

ଶୀତ ଆସେ କନ୍ଧମାଳର ସେହି

ଦାରିଙ୍ଗବାଡି ଘାଟି ରାସ୍ତା ପାରି

ଅଜଣା ଅଚିହ୍ନା ଜଙ୍ଗଲି ଗାଁରେ

କୁହୁଡିର ସେହି ଠପ ଠପ ଶିଶିର ବିନ୍ଦୁରେ

ଶୀତ ଆସେ ଦରଭଙ୍ଗା କୁଡିଆ

ଚାଳ ଛପର ଘର ଭିତରେ

ଦିନରେ ଖରା ରାତିରେ ତାରା

ପୂର୍ଣ୍ଣମା ଜହ୍ନର ଦିଶୁଥିବା ସେହି

ଝରକା ଫାଙ୍କ କବାଟରେ

ଶୀତ ଆସେ ଧାନକ୍ଷେତ

ଶୋରିଷ କିଆରି ଆଉ

ଗାଇ ଚରାଳିର ଧୂସିରିଆ ଦେହରେ

ପିଆଜ ପଖାଳ କଂସାରେ

ଶୀତ ଆସେ ମୋ ବୋଉର

ନରମ ହାତର ସକାଳର

ଗରମ ନାଲି ଚା ରେ

ବେଳେ ବେଳେ ଶୀତ ଆସେ

ମୋ କବିତା ମାଧୁର୍ଯ୍ଯରେ

ସୃୃୃୃୃୃୃୃୃୃତିର ଆବେଗ ନେଇ

ଝର ଝର ଝରିଯାଏ

ମୋ କଲମ କାଗଜରୋ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract