STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ମୋ ଗାଁ ଓ ଶୀତରାତି

ମୋ ଗାଁ ଓ ଶୀତରାତି

1 min
345

ନଈ ଆରପଟୁ ଶୀତୁଆ ପବନ

ମାଡିଆସିଲାଣି ଧୀରେ,

କୁଙ୍କୁରି କାଙ୍କୁରି ହେଲାଣି ମୋ ଗାଆଁ

ଶୀତରାତି ଗୀତ ସୁରେ


ଶୀତ ଛୁଇଁଲାଣି ମୋ ଗାଆଁ ମଥାନ

ବଣ ବିଲ ଘେରା ମାଟି,

ସନେଇ ମଉସା ଭଙ୍ଗା ଚାଳଘରେ

ଥରି ଥରି କରେ ପାଟି


ଡିବି ଆଲୁଅରେ ଦେଖେ ସେ ଶୀତକୁ

ବେଳ ବୁଡି ରାତି ହେଲେ,

ଶୀତ ଲୁଚିଯାଏ ତା' କବାଟ ଫାଙ୍କେ

ଛିଣ୍ଡା କମ୍ବଳର ତଳେ


କାକର ବିନ୍ଦୁରେ ମୋ ଗାଆଁ ଭିଜୁଛି

ଅଳସ ଭାଙ୍ଗୁଛି ରାତି,

ଧବଳ ଚାଦର ଢାଙ୍କିଛି ଦେହରେ

ଥରେଇ ଦେଉଛି ଛାତି


ହସେ ଖିଲି ଖିଲି ପତର ଗହଳେ

ତାରାମେଳେ ଜହ୍ନ ଧୀରେ,

ଅଜାଡି ଦେଉଛି ଜୋଛନାର ଧାର

ମୋ ଗାଆଁର ବୁକୁ ପରେ


ଆମ୍ବ ବଗିଚାରୁ କିଚିରିମିଚିରି 

ନୀଡ ଖୋଜେ ପକ୍ଷୀକୁଳ,

ଶୀତର ଦାଉରୁ ପାଇବାକୁ ରକ୍ଷା

ବୁଲା କୁକୁରଙ୍କ ମେଳ


ନିଆଁ ଉହ୍ମେଇରେ ଜଳିଲାଣି ନିଆଁ 

ଶୀତ ମାରିଲାଣି ହାଇ,

କମ୍ବଳ ଚାଦର ଢାଙ୍କି ଅଜା ନାତି

ଆରାମେ ଗଲେଣି ଶୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract