STORYMIRROR

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ମୋ ଗାଁ ନଈ

ମୋ ଗାଁ ନଈ

1 min
350


ଏପଟେ ମୋ ଗାଆଁ ସେପଟେ ପାହାଡ଼

ମଝିରେ ମୋ ଗାଁ ନଈ

କେଉଁଠାରୁ ଆସି କେଉଁଠି ସରିଛି

ପ୍ରକୃତରେ ଜଣା ନାହିଁ ।

ନଈ ଏ ପଟରେ ପ୍ରାଥମିକ ସ୍କୁଲ୍

ଅଛି ପରା ଶୈବପୀଠ

ଆରପଟେ ଶନି, ବଉଳେଈ ପୀଠ

ଅଛି ଜଗନ୍ନାଥ ମଠ ।

ଦୁଇ ପଟେ ପରା ଦେବାଦେବୀ ଉଭା

ନଈରେ ଗାଧୋଇ ସାରି

ନିଜ ମନକଥା ଜଣାଉ ଦିଅଁଙ୍କୁ

ପ୍ରଣିପାତ ତାଙ୍କୁ କରି ।

ନଈର ଶୋଭାକୁ ବଢ଼ାଏ ପାହାଡ଼

ପୂରୁବ ଉଦୟ ଭାନୁ 

ଉଭୟ ପାଖର ସବୁଜିମା କ୍ଷେତ

ମାଛରଙ୍କା ପକ୍ଷୀ ତନୁ ।

ବୟସ୍କ ବୃଦ୍ଧା ଯେ କହନ୍ତି କୁଆଡେ

ତାଙ୍କ ନବବଧୂକାଳେ

ନଦୀ ଜଳ ନେଇ ପିଉଥିଲେ ସବୁ

ରୋଷେଇ ଯେ କରୁଥିଲେ ।

କେଉଟ ଭାଇଟି ମାଛ ଧରିଯାଏ

ଡଙ୍ଗା ନେଇ ମାରି କାତ

ଭଲଲାଗେ ଦେଖି ପିଲା ବନିଶିରେ

ନଦୀରୁ ଧରନ୍ତି ମାଛ ।

ପୋଲ ନ ଥିବାରୁ ନଈ ବଢ଼ିବେଳେ

ଭୋଗୁ ଅସୁବିଧା ଭାରି

ଏବେ କିନ୍ତୁ ଉଚ୍ଚା ପୋଲ ହେବା ହେତୁ

ଭଲେ ହେଉ ନଦୀ ପାରି।

କାର୍ତ୍ତିକ ମାସରେ ଡଙ୍ଗା ଯେ ଭସାଉ

ଥିବାରୁ ମୋ ଗାଁ ନଈ

ନଦୀ କୁଳ ସଞ୍ଜ ସୁଲୁ ସୁଲୁ ବାଆ

ନିଏ ଆମ ମନ ମୋହି । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract