Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Jena

Inspirational

3  

Ghanashyam Jena

Inspirational

ମୋ ଗାଁ ମହାଦେଇପୁର

ମୋ ଗାଁ ମହାଦେଇପୁର

1 min
168


କେତେ କବି କଳାକାର ନାତ୍ୟଗୁରୁ ନାଟ୍ୟକାର

ଜନମି ଆମ ଗ୍ରାମର ଅରଜି ଯଶ 

ଗାନ୍ଧାର ବିଦ୍ୟା ନିପୂଣ ନାନା ନୃତ୍ୟ ଗୀତମାନ

କରାଇ ପରିବେଷଣ ଆଖଡ଼ା ଦେଶ।

ସେ କୃଷ୍ଣଲୀଳା ଭୂତକେଳି 

ଅଶ୍ଵମେଧ ଯଜ୍ଞ ନାଟ ନପାରୁ ଭୁଲି।୨୧।


ମୋ ଗାଆଁର ଚାଷୀକୁଳ ଖଟାଇ ନିଜର ବଳ

ଫଳାଇ ନାନା ଫସଲ ଜମିରେ ତାର 

ଧାନ ମୁଗ ବିରି ରାଶି  ଆଖୁ ମାଣ୍ଡିଆ ଅଳସୀ

ଫସଲ ସୁରୁଜମୁଖୀ ଜମିରେ ତାର।

ସଦା ଥାଏ ହରଷ ଅତି 

ଖରା ବରଷା ଶୀତରେ ନଥାଏ ଭୀତି।୨୨।


ଜହ୍ନି ବାଇଗଣ ସାରୁ କଲରା ଲାଉ କଖାରୁ

ବିଲାତି ଭେଣ୍ଡି କୁନ୍ଦୁରୁ ପରିବାମାନ 

ପାଳଙ୍ଗ ଖଡା ଖୋଷଳା ଲେଉଟିଆଶାଗ ମୂଳା

ଜାତି ଜାତି ଫୁଲ ଫଳେ ହସେ ଉଦ୍ୟାନ।

ଧନିଆଦି ଶାଗ ସକଳ 

ଉତ୍ପାଦନେ ରତ ସଦା ଗାଁ ଚାଷୀ କୁଳ।୨୩।


 ମୋ ଗାଆଁର ଯୁବ ଶକ୍ତି ପଢାରେ ବଳାଇ ମତି

 ଅଳଙ୍କୃତ କରିଛନ୍ତି ଉଚ୍ଚ ଆସନ 

 ବୈଜ୍ଞାନିକ ଡ଼ାକତର ଶିକ୍ଷକ ଇଞ୍ଜିନିୟର

 ଶିଳ୍ପପତି ଗବେଷକ ପରି ସମ୍ମାନ।

 କମ୍ପାନୀର ପରି ଚାଳକ 

 ରାଜ୍ୟ କେନ୍ଦ୍ର ନିଗମର ମାର୍ଗ ଦର୍ଶକ।୨୪।



Rate this content
Log in

Similar oriya poem from Inspirational