Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Jena

Inspirational

3  

Ghanashyam Jena

Inspirational

ମୋ ଗାଁ ମହାଦେଈପୁର

ମୋ ଗାଁ ମହାଦେଈପୁର

1 min
183



ମୋ ଗାଁ ମହାଦେଇ ପୁର,ଜନମ ମାଟି ମୋହର

  ଦିଶେ କେଡେ ମନୋହର ତା ପରିସର,

 ଅଲିଭା କୀରତି ଯାର, ନାହିଁ ତାର ପଟାନ୍ତର

  କି ଅବା ବର୍ଣିବି, ତାର ଯଶ ଅପାର।

      ଜଗତରେ ଅଟଇ ସାର,

 ମାଆର ସ୍ନେହ ମମତା, ମିଳେ ତାଠାର।୧। 

 ଜନମି ତାହାରି କୋଳେ,ଖେଳିବୁଲି ସାଙ୍ଗମେଳେ

   ପଢ଼ି ତାରି ଚାଟ ଶାଳେ, ହରଷ ଭରେ,

 ତା ପବିତ୍ର ପରିସର,  ଅଟଇ ସରଗ ମୋର

   ଭଲ ପାଏ ନିରନ୍ତର,ମାଟି ମାଆ ରେ।

      ତା ମାଟିରେ ଗଢ଼ା ଶରୀର,

   ଚିର ସହଚର ଅଟେ,ଗାଆଁଟି ମୋର।୨।

 ଏହି ମାଟି ମୋର ସ୍ୱର୍ଗ,ଏହି ମାଟି ମୁକ୍ତି ମାର୍ଗ

    ସକଳ ଶାନ୍ତିର ଦୁର୍ଗ, ବିରାଜମାନ,

 ତାର କେଦାର ଶ୍ୟାମଳ,ଭରା ସୁନେଲି ଫସଲ

   ସମୀରେ ଲହଡ଼ି ଖେଳ,କି ଶୋଭାବନ।

       ନାରିକେଳ ଆମ୍ର କାନନ

   ଘେରିଛି ଜାତି ଜାତିକା,ପାଦପ ମାନ।୩।

 ସେ ପବିତ୍ର ପୁଣ୍ୟତୋୟା,ଧାରା ମହେନ୍ଦ୍ରତନୟା

     ବହୁଅଛି କମନୀୟା, ଛୁଇଁଁ ଚରଣ,

  କରି କୁଳୁକୁଳୁ ରୋଳ,ଖେଳାଇ ତରଙ୍ଗ ମାଳ

     ପରଶ ପାଇ ବିହ୍ବଳ, ହରଷ ମନ।

       ପାଇ ସଂଗ ଧୀର ସମୀର

   ସାଧୀରେ କରେ ଗମନ ଉଲ୍ଲାସ ଭର।୪।

                 କ୍ରମଶଃ......


Rate this content
Log in

Similar oriya poem from Inspirational