Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

CHARUBALA PADHI

Inspirational

4.9  

CHARUBALA PADHI

Inspirational

ମୋ ଗାଁ କଥା

ମୋ ଗାଁ କଥା

1 min
23.9K


ଏ ଗାଁ ମୋର ମାଆଟି,(୨ଥର)

ଚତୁଃପାର୍ଶ୍ଵରେ ଚତୁଃ ତଟିନୀ

ବଢାଏ ଯାର ଶୋଭାଟି

ଏ ଗାଁ ମୋର ମାଆଟି।(0)


ଦୂର ଦିଗବଳୟେ ସୁରୁଜ ଉଇଁଲେ

ନାନାରଙ୍ଗେ ପକ୍ଷୀ ଉଠନ୍ତି ସକଳେ।

ଆଃ, କି ସୁନ୍ଦର ପରୀ ରାଇଜ

ଚତୁଃପାର୍ଶ୍ଵରେ କ୍ଷେତ ସବୁଜ

ସବୁ ମୋର ଏଠି ପ୍ରିୟଟି

ଏ ଗାଁ ମୋର ମାଆଟି।(୧)


ବିଚ୍ଛୁରି ପଡ଼ିଲେ ଜହ୍ନ ଜୋଛନା

ଲାଜେ ଲୁଚିଯାଏ କଇଁ ଲଳନା ।

ସରସୀଜଳ ଶୀତୁଆ ସଞ୍ଜ 

ଭସାଣିମେଘ ନବବଧୂର ଲାଜ

ଭାରି ମନଲୋଭା ଏଇଠି 

ଏ ଗାଁ ମୋର ମାଆଟି।(୨)


ପୂରୁବ ଦିଶାରେ ଜାଗୁଳାଇ ମା

ପଶ୍ଚିମରେ ଭୋଳାନାଥ ଯେ ସାହା।

ମଝିରେ ଉଭା କାଳି ମନ୍ଦିର

ବିପଦେ ସାହା କଳା ଠାକୁର

ମନ୍ଦିରମାଳିନୀ ମୋ ଗାଁ ଟି

ଏ ଗାଁ ମୋର ମାଆଟି। (୩)


ଦେବ ମନ୍ଦିର ଗାଁ ମଣ୍ଡପ

ଗ୍ରାମବାସୀଙ୍କ ଧରମପୀଠ ।

ସଞ୍ଜ ଦେଉଳ ଆଳତୀ ବେଳ

ମେଳାଭଜନ ମୃଦଙ୍ଗତାଳ

ଗାଆଁ ଗଉରବ ସେଇଟି

ଏ ଗାଁ ମୋର ମାଆଟି ।(୪)


ହଳିଆ ଭାଇର ହଳ ଲଙ୍ଗଳ

ଝାଟିମାଟି ଭରା ଚାଳଛପର ।

ପଖାଳକଂସା ଆମ୍ବବଉଳ

ତୁଠଗାଧୁଆ ବରଓହଳ

ଦିଏ ମୋ ଜୀବନେ ରାହାଟି

ଏ ଗାଁ ମୋର ମାଆଟି। (୫)


ଗୁଣ୍ଡୁଣୀ ଦିନ ଗାଁ ବଣଭୋଜି

କେଜାଣି ମନେ ପଡୁଛି ଆଜି ।

ରାମନବମୀ ରଥ ଯାତରା

ରଜ ପାନ ସଙ୍ଗେ ଦୋଳି ଆସରା

ଏକାଠି କରେ ଜାତିକି

ଏ ଗାଁ ମୋର ମାଆଟି ।(୬)


ତା ବୁକୁ ଦେଇଛି ଅମୃତ ସନ୍ଧାନ

ତା ମାଟି ମୋପାଇଁ ଚନ୍ଦନ ସମାନ ।

ଏଇଠି ଅଛି ମୋ ଏନ୍ତୁଡ଼ିଶାଳ

ଏଇଠି ହେବ ମୋ ଅନ୍ତ୍ୟେଷ୍ଟିଘର

ନ ଭୁଲିବି ତାକୁ ମନୁଟି

ଏ ଗାଁ ମୋର ମାଆଟି। (୭)


ଯା ପାଣି ପବନେ ଗଢା ମୋ ଶରୀର

ଯେଉଁଠି ଅଛନ୍ତି ଆତ୍ମୀୟ ସୋଦର।

ମୋ ଗାଁର ଗାଥା, ବୁଢୀମା କଥା

ମନେ ପଡ଼ିଲେ ଆସଇ ବ୍ୟଥା

ତା'ଠାରୁ ବଡ଼ କେ ନାହିଁଟି

ଏ ଗାଁ ମୋର ମାଆଟି। (୮)


"ଛୋଟ ମୋର ଗାଁଟି"

ସ୍ୱର ଆଧାରରେ ମୋର ଛୋଟ ପ୍ରୟାସ।


Rate this content
Log in