STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ମୋ ଗାଆଁରେ ସଂଜ

ମୋ ଗାଆଁରେ ସଂଜ

1 min
337

ସକାଳ ସୂରୁଜ ବୁଡିଲେଣି ଧୀରେ

ମୋ ଗାଁ' କୁ ସଂଜ ଆସିଛି,

ଶୀତଳ ପବନ ଦେହ ଛୁଇଁଲାଣି

ମୁକୁତା ଝରି ପଡୁଛି


ଗୋରୁପଲ ସବୁ ଗୋଠ ଫେରୁଛନ୍ତି 

ଦାଣ୍ଡ ତ ଫାଟି ପଡୁଛି ,

ଧୂଳି ଉଡୁଅଛି ମାଟିରୁ ଆକାଶ

ସତେ କି ଦୋଳ ଆସିଛି

 

କିଚିରିମିଚିରି ଶବଦ ଶୁଭୁଛି

ନୀଳ ଆକାଶର ପଥେ,

ନୀଡ ଅଭିମୁଖେ ଫେରୁଛନ୍ତି ପକ୍ଷୀ

କୋଳାହଳ କରି ସାଥେ


ମନ୍ଦିର ବେଢାରୁ ଶୁଭ ଶଙ୍ଖ ଶୁଭେ

ଜଳିଲାଣି ସଂଜବତୀ,

ପାହାଡ ସେପଟୁ ବଣବୁଦା ଦେଇ

ମାଡି ଆସିଲାଣି ରାତି


ହୁକେ ହୋ ଶବଦେ କମ୍ପେ ନଈପଠା

କମ୍ପୁଛି କିଆ ଗୋହିରୀ,

ବିଲୁଆ ନନାର ବାହାଘର ଆଜି

ରହି ରହି ବାଜେ ତୁରୀ


ପଢା ଘରେ ପିଲେ ପଢି ବସିଲେଣି

ବହି ଖାତା ଖୋଲିଲେଣି,

ଭକତି ତିତ୍ତରେ "ଆହେ ଦୟାମୟ"

ପାରଥନା କରିଲେଣି


ମିଟିମିଟି ତାରା ଉଇଁଲେଣି କେତେ

ଝଲମଲ ଲାଗେ ଧରା,

ସତେ କି ଦୀପାଳି ଜଳୁଛି ମରତେ

ଅନ୍ଧାର ହଟୁଛି ପରା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract