STORYMIRROR

Bauribandhu Lenka

Inspirational

3  

Bauribandhu Lenka

Inspirational

ମୋ ଗାଆଁ

ମୋ ଗାଆଁ

1 min
13.4K



ଭାରି ଭଲଲାଗେ ମୋତେ

ଯେଉଁଠାରେ ଥିଲେ ଧାଇଁ ମୁଁ ଆସିବି

ବିପଦ ପଡିଲେ ତତେ ॥


ମୋର ସେଇ ଗାଆଁ ମାଟି

ମୋର ଜନ୍ମଭୂମି ମୋର ପୁଣ୍ୟଭୂମି

ଶେଷ ନିଶ୍ୱାସ ସେଇଠି॥


ତାଆରି କୋଳରେ ବଢି

ନାଚିଛି ବୁଲିଛି ମଉଜ କରିଛି

ଖାଇଛି ଖିରି ଖେଚୁଡି॥


ସୁନ୍ଦର ତା ତୋଟାମାଳ

ଝଙ୍କା ବରଗଛ ଓହଳେ ଖେଳିଛି

ଡାଳମାଙ୍କୁଡିର ଖେଳ॥


ତା,ନଈନାଳ ପାଣିରେ

ସାଙ୍ଗସାଥୀ ମେଳେ ବୁଡାବୁଡି ଖେଳ

ଖେଳିଛି କେତେ ଖୁସିରେ॥


ତାର ସେ ଆନ୍ଦିଆ ନଈ

ହଂସରାଳି ପାଣିକୁଆ ଖେଳୁଥିଲେ

ଫୁଟୁଥିଲା ପଦ୍ମ କଇଁ॥


ମୁଣ୍ଡିଆ ପାହାଡେ ଚଢି

ରଜ ପରବରେ ସାଙ୍ଗସାଥୀ ମେଳେ

ଉଡାଉଥିଲି ମୁଁ ଗୁଡି॥


ତାର ସେଇ ବିଲବାରି

ଭୋଦୁଆ ଖରାରେ ସୁନ୍ଦର ଦିଶଇ

ସୁନ୍ଦର ଶସ୍ୟ ଲହରୀ॥


ଦଶହରା ଦୀପାବଳି

ଜାଗର ଯାତରା ଦୋଳ ଫଗୁଖେଳ

ଖେଳୁଥିଲୁ ସର୍ବେ ମିଳି॥


ସମୟ ଯାଇଛି ବହି

ବଦଳି ଯାଇଛି ଗାଆଁର ସେ,ରୂପ

ସହରୀ ସଭ୍ୟତା ଛାଇ॥


ସେଇ ମୋର ଗାଆଁ ମାଟି

ସବୁଠୁ ସୁନ୍ଦର ସବୁଠୁ ମୋ ପ୍ରିୟ

ଶେଷ ନିଶ୍ୱାସ ସେଇଠି ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational