ମୋ ଗାଆଁ
ମୋ ଗାଆଁ
ପୂର୍ବ ଆକାଶରେ ସୁରୁଜ ଉଇଁଲେ
ନୂଆଁ ଲାଗେ ମୋ ଗାଆଁ
ଗୋବର ବେଦୀରେ ମୁରୁଜର ଝୋଟି
ସବୁ ଲାଗେ ନୂଆଁ ନୂଆଁ ।
ମୋ ଗାଆଁ ମନ୍ଦିର ଘଣ୍ଟ ଧ୍ବନି ଶୁଣି
ପୁରି ଉଠେ କାୟ-ମନ
ପ୍ରଭୁଙ୍କ ଦର୍ଶନ ପାଇଲା ମାତ୍ରକେ
ପୂର୍ଣ୍ଣ ହୁଏ ମନସ୍କାମ ।
ଗଉଡ ଭାଇ ମୋ ବଇଁଶି ବଜାଇ
ନେଇ ଯାଏ ଗାଈଗୋଠ
କୁନା କୁନି ମୋର ଭାଇ ଭଉଣୀଏ
ପଢୁଥାନ୍ତି ବସି ପାଠ ।
ଦୂର ତାଳ-ବଣ ସେ ବିଲ ଜଙ୍ଗଲ
କେତେ ମିଠା ତାର ନାଆଁ
କଳା ସଂସ୍କୃତିରେ ଭରା ପୂର୍ଣ୍ଣ ସେଇ
ଅଟେ ଛୋଟ ମୋର ଗାଆଁ ।