ମୋ ଗାଆଁ ପାହାଡ଼
ମୋ ଗାଆଁ ପାହାଡ଼
ମୁଁ ଜାଣିନି କେଉଁକାଳୁ ଅଛି ସିଏ
ପ୍ରିୟ ମୋର, ମୋ ଗାଆଁ ପାହାଡ଼,
ମୋ ଗାଆଁ ସହିତ ଯୋଡା ତାର ନାମ
ସେପାଇଁ ସେ "ବଇରୀ-ପାହାଡ଼" ।
ପୂର୍ବ ଘାଟ ପର୍ବତର ଅଂଶ ସିଏ
କିଏ ଜାଣେ କେଉଁ ଅମଳର ?,
ସେ ଅଚଳ ମହାମେରୁ ମୂକସାକ୍ଷୀ
ଵିତିଥିବା ଵହୁ ସମୟର ।
କିଛି କହେନାହିଁ ସିନା ସ୍ଥିର ହୋଇ
ଦେଖୁଥାଏ, ଶୁଣୁଥାଏ ଖାଲି,
ଖରା, ବରଷାରେ ଭିଜେ ସବୁବେଳେ
ଜଣାଏ ସେ ଉପସ୍ଥିତ ବୋଲି ।
ମୁଁ ଚଢିଛି ତା' ଉପରେ ସାଥିମେଳେ
ବାରମ୍ବାର ପିଲାଟି ଦିନରୁ,
ବେତ, ବଇଞ୍ଚର କୋଳି ଖାଇଛି ମୁଁ
ଖୋଜି ଖୋଜି ତାହାରି ବୁଦାରୁ ।
ତୋଳିଛି ଝୁମ୍ପୁଡି ଶାଗ ବୁଲି ବୁଲି
ଖୋଜିଛି ବି କାଙ୍କଡ଼, ମଟେଇ,
ଛୁଇଁଛି ଶୀଖର ତାର ହଜିଛି ତା'
ସୈାନ୍ଦର୍ଯ୍ୟରେ ବିହ୍ଵଳିତ ହୋଇ ।
ଦେଖିଛି ସାପ ,ନେଉଳ, ବଣଭାଲୁ
ଭେଟିଛି ଛି ବି ମିରିଗ, ସମ୍ଵର,
ହେଟାବାଘ ହାବୁଡିଛି ଥରେ ଅଧେ
ସବୁଥର ମାଙ୍କଡ, ନେଉଳ ।
ତା' କୋଳରେ ଗଛଲତା, ଜୀବଜନ୍ତୁ
ସିଏ ଗୋଟେ ଛୋଟିଆ ପୃଥିବୀ,
ଅମଳିନ ସ୍ମୃତି ତାର ମୋ ମନରେ
ଆଜିଯାଏ ଝଟକେ ତା' ଛବି ।
ସେ ପାହାଡ଼ ପାଦଦେଶେ ବିରାଜିତ
ସ୍ଵୟଂ ପ୍ରଭୂ ଜଗତ ଠାକୁର,
ଅଗତି ର ଗତି ନାଥ ! ମୁକ୍ତିଦାତା
ଶ୍ରୀଚରଣେ କୋଟି ନମସ୍କାର ।
