STORYMIRROR

Shubhra Suchitra Mahanta

Fantasy Inspirational

3  

Shubhra Suchitra Mahanta

Fantasy Inspirational

ମୋ ଦେଶ

ମୋ ଦେଶ

1 min
182

ସବୁଠୁ ଅଲଗା ସବୁଠୁ ସୁନ୍ଦର

ଏଇ ମୋର ଦେଶ ଭାରତବର୍ଷ।

ସୁଶୋଭିତ ଆହା କେଡେ ମନୋହର

ଗୁଣଗାରିମା ସଂସ୍କୃତି ଅଶେଷ।


ଦେଶଙ୍କ ମଧ୍ୟରେ ସଦା ଉଜ୍ଜଳିତ

ଚମକୁଥିବା ଏକ ତାରା ମୋ ଦେଶ।

ସବୁକ୍ଷେତ୍ରରେ ସଫଳ ହୋଇ

କରି ପାରିଛି ବିକାଶର ସୀମା ସ୍ପର୍ଶ।


ନଦୀ ପରବତ ଦେବାଳୟ ଆଦି

ଅଳଙ୍କ୍ରୁତ କରିଛନ୍ତି ମାଳ ସଦୃଶ।

ସର୍ବଧର୍ମାବଲମ୍ବୀ ଅନେକ ଭାଷୀ

ଗୌରବେ ଭରା ଏହାର ଇତିହାସ।


କୃଷିପ୍ରଧାନ ଦେଶ ଭାବେ ପରିଚିତ

ସୁନା ଅଟେ ଏ ମାଟିର ଶସ୍ୟ।

ଯେତେ ଲେଖିଲେ ସରିବ ନାହିଁ 

ଅବର୍ଣ୍ଣନୀୟ କିର୍ତ୍ତୀ ଓ ଯଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy