STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ମୋ ଦେଶ"

"ମୋ ଦେଶ"

1 min
321

କୋଟିଏରେ ଗୋଟିଏ ମୋ ଦେଶ

କେଡେ ବିଚିତ୍ର ସତେ ଯାର ଇତିହାସ

ଏଇଠି ଗଙ୍ଗା,ଯମୁନା ବହେ

କାନେ କାନେ କେତେ କଥା ଅବା ସେ କହେ


ତାହାରି ପାଣି ପବନେ ସତେ

ଜୀବନ ଆମ ହୁଏତ ଛୋଟରୁ ବଡ଼

ତାହାରି ସେବା ପାଇଁ କି ଆମେ

ଦିନେ ଲଙ୍ଘିବା ଯେତେ ସବୁ ବନ୍ଧବାଡ଼


ଏଇଠି ଅଛି ହିମାଳୟ

ସତେ ଛୁଇଁଛି ଯାଇ ସେ ଦିଗବଳୟ

ଏଇଠି ବହେ ଖୁସିର ବାଆ

କେଡେ ମନହର ମନ୍ଦମଳୟ ଆହା


ଯାହାର ଚରଣ ନିତି ଧୋଏ

ସତେ ଶତଶତ ପାରାବାର ଯେ କେତେ

ଏମିତି ଏହି ମୋହରି ଦେଶ

ସୁଖ ଦୁଃଖରେ ସେ ଲାଗଇ ଭଲ ମୋତେ


ଏହି ଦେଶରେ ବାଛ ବିଚାର

ଛୁଆଁ ଅଛୁଆଁ ଜାତି ଅଜାତି ତ ନାହିଁ

ସଭିଏଁ ଏଠି ନିଜେ ବଞ୍ଚନ୍ତି

ଆପଣାପର ସବୁରି ମୁହଁକୁ ଚାହିଁ


କେଡେ ସୁନ୍ଦର ଦେଶ ଆମରି

ଖୁସି ଭରି ରହିଥାଏ ମୁଖେ ସବୁରି

ହିନ୍ଦୁ,ମୁସଲମାନ ସଭିଏଁ

ଏଠି ତ ପାଆନ୍ତି ସୁଯୋଗ ଏକା ପରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract