STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ମୋ ଦେଶ ଭାରତ

ମୋ ଦେଶ ଭାରତ

1 min
195


ଯେଉଁ ଦେଶ ପାଣି ପବନେ ଗଢା ଏହି ଶରୀର

ଜୀବନ ଧରିଛି ଏ ଭବେ ପାଇ ଆଶ୍ରା ଯାହାର

ଯେ ଦେଶର ମାଟି ଚନ୍ଦନ ଚାଷୀ ତନୁରେ ବୋଳି

ସୁଜଳା ସୁଫଳା ଧରଣୀ ଖେଳେ ଆନନ୍ଦେ ଦୋଳି।


ଦେଶପ୍ରେମ ମନ୍ତ୍ର ରାଗିଣୀ ଶୁଣି ସୈନିକ ଭାଇ

ଅଇରି ହରାଇ ରଣରେ ଫେରେ ବିଜୟୀ ହୋଇ

ଜାତି ଜାତି କେତେ ଫୁଲରେ ଗୁନ୍ଥା ହୋଇଛି ହାର

ବନ ଉପବନ ସୁଷମା ବିଶ୍ଵ ବ୍ରହ୍ମାଣ୍ଡେ ସାର।


ମନ୍ଦିର, ମସଜିଦ,ଗୀର୍ଜା ଗୁରୁଦ୍ୱାର ଆବର

ଭାଇଚାରା ଭାବ ପୀୟୂଷ ହୃଦ ମଧ୍ୟେ ଅଙ୍କୁର

ଜାତୀୟ ସଂହତି,ଏକତା ଐକ୍ୟ ସଙ୍ଗୀତ ଗାଇ

ଫରଫର ଉଡ଼େ ତ୍ରିରଙ୍ଗା ନିଜ ଶିର ଉଠାଇ।


ସେହି ଦେଶ ନାମ ଭାରତ ଦିଏ ଜ୍ଞାନ ଆଲୋକ

ତା କୋଳେ ଜନମି ଅଧମ ପାଏ ଅପାର ସୁଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract