Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics Others

3  

Jagannath Barik

Classics Others

ମୋ ଦେହେ ଈଶ୍ୱର

ମୋ ଦେହେ ଈଶ୍ୱର

1 min
307


ଏ ଦିବ୍ୟ ତନୁ ମୋର ନୀଳକନ୍ଦର

ହୃଦୟ ଅଟେ ମୋର ଶିରୀ ମନ୍ଦିର |

ଆତ୍ମା ମୋହର ନିଜେ ଦାରୁ ଦେବତା

ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଜାଣିଥା |

ଗର୍ଭ ମୋ ଲକ୍ଷ୍ମୀ ରୋଷଘର ପ୍ରକାର

ନିତି ଷାଠିଏ ପୌଟି ଭୋଗ ଆସର |

ବଡ଼ଦାଣ୍ଡ ଅଟଇ ଶିଶୁମ୍ନା ନାଡ଼ି

ଶରଧା ବାଲି ଚର୍ମ ରହିଛି ବେଢ଼ି |

ନନ୍ଦିଘୋଷ ଅଟଇ ମନଟି ମୋର

ରଥେ ବିଜୟ ନିଜେ ବଡ ଠାକୁର |

ପ୍ରକୃତି ଇନ୍ଦ୍ରିୟାଦି ଭକତ ଜନେ

ଟାଣି ନିଅନ୍ତି ରଥ ଆନନ୍ଦ ମନେ |

ସ୍ୱପ୍ନ ସୁସୁପ୍ତି ଜାଗ୍ରତ ଯେ ତୁରୀୟ

ଚତୁର୍ଦ୍ଧା ମୂର୍ତ୍ତି କରିଛନ୍ତି ବିଜୟ |

ମାଉସୀ ମା ମନ୍ଦିର ତ୍ରିକୂଟ ସ୍ଥାନ

ନରେନ୍ଦ୍ର ପୁଷ୍କରିଣୀ ତ୍ରିବେଣୀ ଜାଣ |

ନିଃଶ୍ୱାସ ପ୍ରଶ୍ୱାସଟି ରଜ୍ଜୁ ରଥର

ବିବେକ ବୁଦ୍ଧି ଚିତ୍ତ ଯେ ଅହଂକାର |

ଏ ଚାରି ଅଶ୍ୱ ରଥେ ଅଛନ୍ତି ରହି

ଜ୍ଞାନ ସାରଥି ରଥୀ ଜଗତ ସାଇଁ |

ଯା ଲୋମମୂଳେ ମାଳ ମାଳ ବ୍ରହ୍ମାଣ୍ଡ

ସେ ପୁଣି ବିରାଜିତ ଏ କ୍ଷୁଦ୍ର ପିଣ୍ଡ |

ନିରତେ ଜଗନ୍ନାଥ କରଇ ଧ୍ୟାନ

ହୃଦ କନ୍ଦରେ ଦିଶେ ଚକାନୟନ |

ତନୁ ମନ ପରାଣ କରି ଅର୍ପଣ

ଭକତ ବାଞ୍ଛାକଳ୍ପ ଗଲି ଶରଣ |

  


Rate this content
Log in

Similar oriya poem from Classics