STORYMIRROR

Chittaranjan Lenka

Abstract Inspirational

2  

Chittaranjan Lenka

Abstract Inspirational

ମୋ ବୋଉ

ମୋ ବୋଉ

1 min
13.1K


ବୋଉ ତ ମୋ ଠାରୁ    ଗଲାଣି ଦୂରେଇ

ମନ ମଧ୍ୟରେ ବସିଛି

ଯେତେବେଳେ ବେଶୀ  ମନରେ ପଡୁଛି

ଦି ପଦ ଲେଖିଦେଉଛି


ତା ପ୍ରତି କିଛିଟା       କର୍ତ୍ତବ୍ୟ କଲେ ହେଁ

ହେଳା ବି କିଛି କରିଛି

ଦୂରେଇ ଗଲାରୁ       ହେଳା କରିବାଟା

ମନରେ ବେଶୀ ଘାରୁଛି


ମମତାର ମୂଲ         ମାଗେ ନାହିଁ ମାଆ

ଅକ୍ଷରେ ଅକ୍ଷରେ ସତ

ହେଲେ ତା ସନ୍ତାନ   ହୋଇଯାଏ ଦୋଷୀ

କର୍ତ୍ତବ୍ୟରୁ ହେଲେ ଚ୍ୟୁତ


ଯାହା ମୁଁ କରିଲି            ଯାହା ଭୁଲିଗଲି

ସଂଶୋଧନ ବାଟ ନାହିଁ

ହେଲେ ମୁଁ ଏତିକି            କହିବି ତୁମକୁ

ସଚେତନ ହେବା ପାଇଁ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in

Similar oriya poem from Abstract