ମୋ ବୋଉ
ମୋ ବୋଉ
ବୋଉଲୋ
ତୁ ସିନା ଚାଲିଗଲୁ
ଦୂର କେଉଁ ଆକାଶକୁ
ମୋତେ ଏକା ଛାଡ଼ି ଦେଇ
ତଥାପି ସବୁ ଜନ୍ମରେ
ତୁ ମୋ ପାଇଁ ରହିବୁ
ମୋ ବୋଉ ହେଇ ।
ବୋଉଲୋ
ସବୁବେଳେ ତୋ ଆଶୀର୍ବାଦ
ଥାଉ ମୋ ଉପରେ
ମୋ ଜୀବନ ଚାଲିଯାଉ
ତୋ ଅଭୁଲା ସ୍ମୃତିରେ ।
ବୋଉଲୋ
ତୋ ପାଦତଳେ
ମୋର କୋଟିକୋଟି ପ୍ରଣାମକୁ
ନେବୁ ତୁ ଆଦରି
ତୁ ମୋ ପାଇଁ ଅଟୁ
ସଦା ଯେମିତି ଈଶ୍ୱରୀ ।
ଅକ୍ଷୟ ସାହୁ
ଗଜେନ୍ଦ୍ରପୁର, କଳାଶ୍ରୀ ଗୋପାଳପୁର, ଯାଜପୁର