ପ୍ରୀତିର ଭୂମି
ପ୍ରୀତିର ଭୂମି
ଜୀବନର ଶାଖା ପ୍ରଶାଖାରେ
ପ୍ରାପ୍ତିର ଆଶା ନିକଟତର ହୁଏ |
ତୁମକୁ ଚିହ୍ନିଲା ପର ଠାରୁ
ତୁମକୁ ଯେତେ ଯାହା କହିଥିଲେ ବି
ଆହୁରି ଅକୁହା କଥା କିଛି ଅଛି |
ସୁନେଲି ଡେଣାରୁ ଖେପି ଯାଇଥାଏ
ଛାଇ ପରି ସ୍ଵପ୍ନ
ମୋ ମନର ପ୍ରଶସ୍ଥ ଇଲାକାକୁ
କାଲି ପରି ଲାଗେ ସବୁ
ପୁରୁଣା ଦିନର ସ୍ମୃତି |
ତୁମ ମୁଁହ ଆଷାଢ଼ର ଆକାଶରୁ
ଝରୁଥାଏ ବାରବାର ହସର ବର୍ଷା
ସେ ହସର ବର୍ଷା ଭିଜେଇ ଦେଉଥାଏ
ସାଜୁଥାଏ ମୁଁ ପ୍ରୀତିର ଭୂମି |
---------------------------------
ଅକ୍ଷୟ ସାହୁ
ଗଜେନ୍ଦ୍ରପୁର, କଳାଶ୍ରୀ ଗୋପାଳପୁର, ଯାଜପୁର - 754292
ମୋବାଇଲ : 9938485979
ଇମେଲ : aksahoo365@gmail.com