ମିନି କବିତା ଗୁଚ୍ଛ (1)
ମିନି କବିତା ଗୁଚ୍ଛ (1)
|| ଶବ୍ଦ ||
ନିଜର ଅସନ୍ତୋଷରେ ସନ୍ତୁଷ୍ଟତ
ଶବ୍ଦର ଘେର ଭିତରେ
ତୁମେ ଏକ ଶବ୍ଦଟିଏ |
ସମୟ ଓ ଅସମୟକୁ ଧରି
ତୁମରି ପାଇଁ ଯାହା
ସାଜିଛି ଦରଦୀ କବିଟିଏ |
|| ତୁମ ଆଖି ||
ଅସରାଏ ପ୍ରତିଛବି
ତୋଳିଆଣେ
ତୁମ ସୁନ୍ଦର ଯୋଡିଏ ଆଖି |
ତୁମ ଆଖି ଦେଖୁ ଦେଖୁ
ନିରବତାରେ
ସଂରକ୍ଷିତ ହୃଦୟଟା
ଯାଏ ମୋର ଲାଖି |
|| ସୁନ୍ଦର ||
ଜହ୍ନ ସୁନ୍ଦର
ଜହ୍ନ ରାତି ସୁନ୍ଦର
ଅନନ୍ତ ଆକାଶ ସୁନ୍ଦର
ସବୁ କିଛି ହୋଇପାରେ ତ ସୁନ୍ଦର |
କିନ୍ତୁ ତୁମଠାରୁ
ମୋ ଜାଣିବାରେ
କେହି ନୁହେଁ ଅଧିକ ସୁନ୍ଦର |
---------------------------
ଅକ୍ଷୟ ସାହୁ
ଗଜେନ୍ଦ୍ରପୁର, କଳାଶ୍ରୀ ଗୋପାଳପୁର, ଯାଜପୁର - 754292
ମୋବଇଲ : 9938485979
Email: aksahoo365@gmail.com