ମିନି କବିତା ଗୁଚ୍ଛ (2)
ମିନି କବିତା ଗୁଚ୍ଛ (2)
॥ ମୋ ଆଖି ॥
ଝର୍କା ଖୋଲିଲି ଯେ
ମହମହ ଗନ୍ଧ
ଘର ଭିତରକୁ ପଶି ଆସିଲା |
ଦୂରକୁ ଚାହିଁଲି ଯେ
ତୁମେ ଯାଉଥିଲ
ଅଦୃଶ୍ୟ ହୋଇଗଲା ପରେ ବି
ମୋ ଆଖି ଫେରି ପାରୁନଥିଲା |
|| ତୁମ ଅପେକ୍ଷାରେ ||
ଏ ଜୀବନ ଯାହା ଏକ
ସ୍ନେହର ଝରଣାଟିଏ
ଝରିଝରି ବହିଯିବ
ସାରାଦିନ ତୁମରି ମାର୍ଫତରେ |
ହଜିଯାଅନା ଆଉ ଯନ୍ତ୍ରଣା ଦିଅନା
ବଂଚିବାର ସମୟତ
ବଂଚିବାକୁ ହେବ ତୁମ ଅପେକ୍ଷାରେ |
|| ସ୍ୱପ୍ଣର ଶବ୍ଦ ||
ଶବ୍ଦକୁ ଶବ୍ଦରେ
ଯୋଡୁ ଯୋଡୁ
ମୋ ଜାଣତେ / ଅଜାଣତେ
ତୁମ ମନରେ
ସ୍ୱପ୍ଣର ଶବ୍ଦ ସାଜିଲି |
ଆଗାମୀ ଦିନରେ
ତୁମ ହୃଦୟର
ଆଲୁଅ / ଅନ୍ଧାରରେ
କାଟେ ଲୁଚକାଳି ଖେଳିଲି |
ଅକ୍ଷୟ ସାହୁ
ଗଜେନ୍ଦ୍ରପୁର, କଳାଶ୍ରୀ ଗୋପାଳପୁର, ଯାଜପୁର - 754292