STORYMIRROR

Akshaya Sahoo

Others

3  

Akshaya Sahoo

Others

ତୁମେ ଯେଉଁଠି ଥାଅ

ତୁମେ ଯେଉଁଠି ଥାଅ

1 min
451


ସବୁର ଭାବ ଥାଇ ବି ମୋ ପାଖରେ

ତୁମ ବିନା ସବୁ ଅଭାବ

ତୁମେ କେମିତି ଜାଣିବ

ପତଙ୍ଗଟିଏ ପରି ପ୍ରତି ମୁହୂର୍ତ୍ତରେ

ତୁମ ମନର ବହ୍ନିରେ ଜଳୁଛି |

ସାରା ଜୀବନର ସ୍ୱପ୍ନକୁ

ସଜାଡୁ ସଜାଡୁ

ସମୟର ଭଉଁରୀରେ

ମୋ ଗୋଡ ପଶି ଯାଉଛି |

ଏମିତି ସବୁ ଓଲଟ ପାଲଟ ଯେ

ନିଜକୁ ଉଖାରେଇ ଉଖାରେଇ

ଥକି ପଡୁଛି ଖାଲି ମୋ ଭିତରେ

ଖୁବ ଏକାନ୍ତ ବିଷର୍ଣ୍ଣତାରେ |

ଅଥଚ! ତୁମେ ଯେଉଁଠି ଥାଅ

ମୁଁ କହୁଛି ଭଲରେ ଥାଅ

ମୁଁ କିଛି ଚାଁହୁ ନାହିଁ ତୁମ ଠାରୁ

ବରଂ ତୁମେ ଭଲରେ ଥାଅ

-------------------------

ଅକ୍ଷୟ ସାହୁ

ଗଜେନ୍ଦ୍ରପୁର, କଳାଶ୍ରୀ ଗୋପାଳପୁର, ଯାଜପୁର - 754292

ମୋବାଇଲ : 9938485979

ଇମେଲ : aksahoo365@gmail.com


Rate this content
Log in