Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Others Children

3.9  

Chittaranjan Nanda

Abstract Others Children

ମୋ ବୋଉ ପ୍ରତି ଭାବନା

ମୋ ବୋଉ ପ୍ରତି ଭାବନା

1 min
221


ଆୟୁ, ଯଶ, ସମ୍ମାନ, ପ୍ରତିପତ୍ତି, 

ସରବ ତ କ୍ଷଣସ୍ଥାୟୀ

ସ୍ୱାର୍ଥପରତାରେ ଆଜି ଦେଖିବା 

ନୁହଁନ୍ତି କାହାର କେହି ।


କିନ୍ତୁ ଜନ୍ମଦାତ୍ତ୍ରୀ ମସ୍ନେହମୟୀ ମାଆ 

ହୁଅଇ ମୋର ସାହା

ତା ଛଡା ଆଉ କେହି ଏ ସଂସାରରେ

ଦେବେନି ତ ରାହା ।


ତୋର ପାଶେ ପାରୁନି ରହି, ଦୂରେ 

କର୍ମକ୍ଷେତ୍ରେ ଥାଇ ବନ୍ଦୀ

କିନ୍ତୁ ମନ ମୋର ତୋ ପାଦ ତଳେ 

ଜଞାଳେ ଥାଇ ଛନ୍ଦି ।


ତୋ ବାଣୀ ସତ୍ୟ ଥିଲେ ତପସ୍ୟା 

ତ ମୂଲ୍ୟହୀନ

ଭାବେ ତୋର ବାଣୀ ମନ ପବିତ୍ର, 

ତୀର୍ଥଯାତ୍ରା ମୂଲ୍ୟହୀନ ।


ଥମି ଯିବି ନାହିଁ ଥକିବିନି କେବେ 

ମୋ କର୍ମ କ୍ଷେତ୍ରେ

ରୋକିବିନି ମୋ ଭାବନା ଯାହା 

ଶିଖାଇଛୁ ମୋତେ ।


ସୂର୍ଯ୍ୟ ତା ସମୟ ଅନୁସାରେ ଯେପରି 

ଉଦୟ ଅସ୍ତର ଗତି କରେ

ପରିସ୍ଥିତି ବିକଟ ହେଲେ ବି ମୋ ମନ 

ରହେ ତୋ ପାଖରେ ।


Rate this content
Log in

Similar oriya poem from Abstract