STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ମୋ ବୋଉ ହାଣ୍ଡି ଶାଳ

ମୋ ବୋଉ ହାଣ୍ଡି ଶାଳ

1 min
12.2K


ବୈଦିକ ଯୁଗରୁ ଆମ ହାଣ୍ଡିଶାଳ  

ରୁଦ୍ଧିମନ୍ତ ରୋଷ ପ୍ରଣାଳୀ

ମା' ଭଉଣି ଙ୍କ ଅନନ୍ୟ ବିଚାର  

ସମୃଦ୍ଧେ ହୋଇଛି ବର୍ଣ୍ଣାଳୀ ।।

ରୋଷଶାଳେ ରୋଷ କରିବା ବେଳର  

ବ୍ୟବହୃତ ଯେତେ ମସଲା

ହଳଦୀ, ଷୋରିଷ,ଲଙ୍କା,ଲୁଣ,ଜୀରା  

ମଧୁରୀ,ଧନିଆଁ, କଳାଜିରା ।।


ସବୁରେ ପୁରିଛି ଭେଷଜ ତତ୍ତ୍ଵ  

ନାହିଁ ତ ତାହାର ପଟାନ୍ତର

ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୁଅଇ  

କରିଥାଏ କେତେ ଉପକାର ।।

ଅଦା,ଡାଳଚିନି,ଅନାସି ଫୁଲ ତା  

ସହ ବ୍ୟବହୃତ ମେଥୀ ଗୁଣ୍ଡ

ପୋସ୍ତ ଦେଇ ହୁଏ ପରିବା ର ଘାଣ୍ଟ  

ସୁସ୍ଥ ସବଳ ଦେହ ମୁଣ୍ଡ ।।


ଆମ ହାଣ୍ଡିଶାଳେ ମୋ ବୋଉ ହାତରେ  

ସୁସ୍ଵାଦୁ ବ୍ୟଞ୍ଜନ ସବୁ ଯେତେ

ଶରୀର ଉପକାର କରିଥାଏ  

ଅମୃତ ସମାନ ସବୁ ଲାଗେ ।।

ଭୃସଙ୍ଗ, ଧନିଆ,ଅନ୍ନପୂର୍ଣ୍ଣା ପତ୍ର  

ତହୁଁ ବଳି ଆଉ କିଛି ନାହିଁ

ଭାରତୀୟ ନାରୀ ବ୍ୟବହାର କରେ  

ଧନ୍ୟ ତା ରୋଷେଇ ପ୍ରଣାଳୀ ।।


ଏସବୁ ଶରୀର ପାଇଁ ଉପଯୋଗୀ  

ରୋଗ ବଇରାଗ ଦୂର କରେ

ଧନ୍ୟ ହେ ଈଶ୍ୱର ସୃଜିଦେଇଅଛ  

ସାଇତା ମୋ ବୋଉ ହାଣ୍ଡିଶାଳେ ।।

ନିଜ ଘର ଖାଦ୍ୟ ଆହାକି ସୁସ୍ଵାଦ

ମିଳିବ କି ସେ ଅମୃତ ଭୋଗ

ହୋଟେଲ ବଜାର ଖାଦ୍ୟ ତ ଜହର

ନିମନ୍ତ୍ରେ କରୋନା ଭଳି ରୋଗ ।।


ବୋଉ ହାତବଢା ଖାଦ୍ୟ ର ମହକ

ବୋଉ ହାଣ୍ଡି ଶାଳ ପବିତ୍ରତା

ନମିଳିବ କାହିଁ ଦୁନିଆ ଭିତରେ

ଦେବତା ଭାଗଠୁ ବଳି ମିଠା ।।

ମହାର୍ଘ ପଦାର୍ଥ ହାଣ୍ଡିଶାଳେ ଆମ  

ସାଇତା ହୋଇଛି ତାକୁ ଥରେ

ସୁଚିନ୍ତିତ ମତ୍ତେ ମିଳଳଇ ଶକ୍ତି  

ନିତି ପ୍ରତି ବ୍ୟବହାର କଲେ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational