STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ମୋ ବିଦ୍ୟାଳୟ

ମୋ ବିଦ୍ୟାଳୟ

1 min
167

ମୋ ବିଦ୍ୟାଳୟ ମନ୍ଦିର ଆଳୟ

ପୂଜା କରେ ମୁଁ ନିତି

ଗୁରୁ ଓ ଗୁରୁଜୀ ଅତି ସମ୍ମାନୀୟ

ଶିଖାନ୍ତି ବତାନ୍ତି ସଂସ୍କୃତି ।


ମୋ ବିଦ୍ୟାଳୟ ଆଦରଣୀୟ

ଭାବେ ମୁଁ ତାର ବଢ଼ୌତ୍ରି

ଫାଇଭ ଟି ଆସି ଗଢେ ବିଦ୍ୟାଳୟ

ନୂତନ ପୁଲକେ ଅତି ।


ରଖିବି ତା ନାମ ଗୌରବ ନିଶ୍ଚୟ

ପାଠ ଆଉ ଶାଠ କରାମତି

ଜାତୀୟ ଦିବସେ ଜାଣୁ ମହନୀୟ

ବଢ଼େ ଆମ ଦେଶ ପ୍ରେମ ପ୍ରିତୀ ।


ପ୍ରତି ଟି ପିଲା ଗୋଟିଏ ଘରର ନିଶ୍ଚୟ

ପରିବାରରେ ଚଳନ୍ତି ଯେମିତି

ଲଘୁଜନ ସ୍ନେହ ଶ୍ରଦ୍ଧା ଗୁରୁଜନ ସମ୍ମାନୀୟ

ଶିଖି ଶିଖାଉ ଯାହା ଗୁରୁ କହନ୍ତି ।


କଞ୍ଚାମାଟି ଆମେ ହେବୁ କମନୀୟ ନମନୀୟ

ଶିଖି ଗୁରୁଙ୍କ ଆଦର୍ଶ ନୀତିପ୍ରତି

ନାମ ରଖିବୁ କର୍ମ କରିବୁ ଆମ ବିଦ୍ୟାଳୟ

ଯେଉଁଠି ଶିଖିଛୁ ଜ୍ଞାନ ଗୁଣ ଆଲୋକବତୀ ।


ଆସ ଆସ ଭାଇ ଭଉଣୀ ଦିବସ ଜାତୀୟ

ଅଗଷ୍ଟ ପନ୍ଦର ବକୃତା ଶୁଣି ପାଇବା ଶାନ୍ତି

ଶପଥ ନେବା ତ୍ରିରଙ୍ଗା ପତାକା ତଳେ ରଖି ଲୟ

ଭଲ ମଣିଷରେ ହେବା ଗଣତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract