ମୋ ବହି
ମୋ ବହି
ତୁ ମୋ ସାଙ୍ଗ ତୁ ମୋ ଆଲୋକ
ତତେ ପାଇଁ ମୋ ଜୀବନ ଧନ୍ୟ
ତୋ ସାଥିରେ ସାଙ୍ଗ ମୁଁ ହୋଇ
ଖୁସିରେ ବିତଇ ଜୀବନ ମୋର।
ପାଖରେ ବସୁ ମୁରୁକି ହସୁ ଥାଉ
ତତେ ଦେଖିଲେ ନିଦ ବି ଆସେ
ତୋ ପାଁଇ ମୁଁ କେତେ ମାଡ ଖାଇଛି
ସେହି ମାଡରେ ମୁଁ ଶିକ୍ଷା ପାଇଛି ।
ଦୁଃଖରେ ଅଛୁ ସୁଖରେ ବି ଅଛୁ
ତୁ ମୋର ସବୁଠୁ ପ୍ରିୟ ବନ୍ଧୁ
ସକାଳୁ ତତେ ନୀତି ଦେଖେରେ
ସନ୍ଧ୍ୟା ବେଳରେ ତତେ ଖୋଜେରେ ।
ଭଳିକି ଭଳି କେତେ କଥା ଶିଖେ
ତୋ ପାଁଇ ମୁଁ ଦୁଇ ପାଦ ଚାଲେ
ତୁ ମୋ ଅଙ୍ଗ ତୁ ମୋ ବିଦ୍ୟା
ତୋ ପାଇଁ ମୁଁ ହୁଏ ଗର୍ବିତ।
