Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ମୋ ଭାଷା ଓଡ଼ିଆ

ମୋ ଭାଷା ଓଡ଼ିଆ

1 min
407



ହୃଦୟକୁ ଛୁଏଁ   ମୋ ଭାଷା ଓଡ଼ିଆ

    ଗୋଲାକାର ତାର ଲିପି

ସ୍ନିଗ୍ଧ ସୁକୋମଳ     କମଳ ସଦୃଶ

     ଲାଖିଯାଏ ଆଖି ଦେଖି ।

ନିରାଶ ଅନ୍ଧାରେ  ମୋ ଓଡ଼ିଆ ଭାଷା

     ପରାଣେ ଜଗାଏ ଆଶା

ଝରେ ସ୍ନେହ ପ୍ରେମ   ମମତା ମଧୁର

     ଶବ୍ଦ ତା ଅମୃତ ବୋଳା ।

ପଞ୍ଚସଖା କବି    ସାରଳା ଉପେନ୍ଦ୍ର

      ମଧୁମୟ ଗୀତଛନ୍ଦ

ମୋହିନିଏ ମନ    ନାଚ ଗୋଟିପୁଅ

      ଓଡିଶୀ ଶାସ୍ତ୍ରୀୟ ଗାନ ।

ଓଡ଼ିଆ ଶିଳ୍ପୀର    ନିହାଣ ମୂନରେ

      ଶିଳା ପାଏ ଜୀବନ୍ୟାସ

ଉତ୍କର୍ଷ ଜୀବନ୍ତ    ଚାରୁ ଚିତ୍ରକଳା

      ସୁମଧୁର ତାର ସ୍ପର୍ଶ ।

ଓଡିଆଙ୍କ ଦିଅ    କାଳିଆ ଠାକୁର

       ନିଳାଚଳ ଶ୍ରୀମନ୍ଦିର

ଉଦ୍ଧାର କରନ୍ତି     ପତିତଜନଙ୍କୁ

      ସଭିଙ୍କର ଆପଣାର ।

ଓଡ଼ିଆ ପଖାଳ   ସାହିତ୍ୟ ସ°ସ୍କୃତି

       ଅନୁପମ ବରଦାନ

ନିମଜ୍ଜିତ କରୁ     ଅସ୍ଥି ରକ୍ତ ମଜ୍ଜା

     ଦେହପ୍ରାଣ ମୋ ସୁମନ ।

          ------



Rate this content
Log in

Similar oriya poem from Inspirational