STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ମୋ ଭାରତ''

"ମୋ ଭାରତ''

1 min
308

ଗରିବ ହେଲେ ବି

ଦେଶଟି ମୋହର

ଭାବ ଭାଷା ତାର

କେଡ଼େ ସୁନ୍ଦର


ନ ଥାଏ ଦେଶରେ

ଆପଣା ପର

ସଭିଏଁ ପରା

ଏଠି ନିଜର


ତିକ୍ତ ଭାବନାକୁ

ନ ଆଣି ମନରେ

କର୍ମ କରି ଚାଲୁ

ସବୁରି ଆଗରେ


ପୂଣ୍ୟ ଦେଶ ମୋର

ସତେ କେଡ଼େ ସୁନ୍ଦର

ସବୁଠି ରହିଛି

ପୁଣି ନାଁ ଟି ତାର


ଗଙ୍ଗା,ଗୋଦାବରୀ

ଆମ ଏ ଦେଶରେ

ବହି ବହି ଚାଲେ

କେଡ଼େ ଆନନ୍ଦରେ


ମୁନି ଋଷି ଦେଶ

ଅଟେ ମୋ ଭାରତ

ଶିକ୍ଷା ଦୀକ୍ଷା ତାର

ରଖଇ ମହତ


ଉଚ୍ଚ ନୀଚ୍ଚ ଭାବ

ନ ଥାଏ ଏଠାରେ

ସଭିଏଁ ରହନ୍ତି

ମହା ଆନନ୍ଦରେ


Rate this content
Log in

Similar oriya poem from Abstract