"ମୋ ଭାରତ"
"ମୋ ଭାରତ"
କେଡ଼େ ବିଚିତ୍ରମୟ ଦେଶ
ସୁନ୍ଦର ମୋ ଭାରତ
ସାରା ବିଶ୍ୱରେ ଦେଖ ଆଜି
ସିଏ ହୁଏ ବିଖ୍ୟାତ
ଯାର ପାଣିପବନ ଗଢେ
ଆମ କ୍ଷୁଦ୍ର ଜୀବନ
ଯାର ଶାକ ଅନ୍ନ ଖାଇଣ
ପୂର୍ଣ୍ଣ କରୁ ସପନ
ଗଙ୍ଗାଠୁ ଗୋଦାବରୀ ଦେଖ
ବହେ କେଡ଼େ ସୁନ୍ଦର
କୋଳ କୋଳ ନାଦେ ଝରଇ
ସେ ଗିରି ସୂତା ଝର
କେଡ଼େ ମନ ଲୋଭା ଦିଶଇ
ସେଇ ସବୁଜ କ୍ଷେତ
ମନ୍ଦିରେ ଶୋଭା ପାଏ ପୁଣି
ଲାଲି ରଙ୍ଗର ନେତ
ମହା ମହା ବୀର ପୁଣି ତ
ଜନମି ଏ ଦେଶରେ
ଇତିହାସ ରୋଚିଲେ ସିଏ
ନିଜ ବୀର ପଣରେ
ଅନନ୍ତ,ଯଯାତି ଥିଲେ ତ
କେଡ଼େ ନିର୍ଭୀକ ରାଜା
ନିଜ ଜ୍ଞାନ ଗୁଣେ ପୁଣି ସେ
ପାଳୁ ଥିଲେଟି ପ୍ରଜା
ସୁଖ ଶାନ୍ତି ସବୁ ଅଛିଟି
ଆମ ଏଇ ଦେଶରେ
ହିନ୍ଦୁ ମୁସଲମାନ
ଏଠି ଭାଇ ଭାଇରେ
ଭାଇଚାର ସମ୍ପର୍କ ଆମ
ସତେ ଭାରି ସୁନ୍ଦର
ଏଠି କେହି ନୁହେଁ ତ ପର
ସଭିଏଁ ଆପଣାର
