STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ମୋ ଭାରତ"

"ମୋ ଭାରତ"

1 min
242

କେଡ଼େ ବିଚିତ୍ରମୟ ଦେଶ

ସୁନ୍ଦର ମୋ ଭାରତ    

ସାରା ବିଶ୍ୱରେ ଦେଖ ଆଜି

ସିଏ ହୁଏ ବିଖ୍ୟାତ


ଯାର ପାଣିପବନ ଗଢେ

ଆମ କ୍ଷୁଦ୍ର ଜୀବନ

ଯାର ଶାକ ଅନ୍ନ ଖାଇଣ

ପୂର୍ଣ୍ଣ କରୁ ସପନ


ଗଙ୍ଗାଠୁ ଗୋଦାବରୀ ଦେଖ

ବହେ କେଡ଼େ ସୁନ୍ଦର

କୋଳ କୋଳ ନାଦେ ଝରଇ

ସେ ଗିରି ସୂତା ଝର


କେଡ଼େ ମନ ଲୋଭା ଦିଶଇ

ସେଇ ସବୁଜ କ୍ଷେତ

ମନ୍ଦିରେ ଶୋଭା ପାଏ ପୁଣି

ଲାଲି ରଙ୍ଗର ନେତ


ମହା ମହା ବୀର ପୁଣି ତ

ଜନମି ଏ ଦେଶରେ

ଇତିହାସ ରୋଚିଲେ ସିଏ

ନିଜ ବୀର ପଣରେ


ଅନନ୍ତ,ଯଯାତି ଥିଲେ ତ

କେଡ଼େ ନିର୍ଭୀକ ରାଜା

ନିଜ ଜ୍ଞାନ ଗୁଣେ ପୁଣି ସେ

ପାଳୁ ଥିଲେଟି ପ୍ରଜା


ସୁଖ ଶାନ୍ତି ସବୁ ଅଛିଟି

ଆମ ଏଇ ଦେଶରେ

ହିନ୍ଦୁ ମୁସଲମାନ

ଏଠି ଭାଇ ଭାଇରେ


ଭାଇଚାର ସମ୍ପର୍କ ଆମ

ସତେ ଭାରି ସୁନ୍ଦର

ଏଠି କେହି ନୁହେଁ ତ ପର

ସଭିଏଁ ଆପଣାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract