Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Sahani

Abstract

2  

Kailash Chandra Sahani

Abstract

!! ମୋ ଭାରତ !!

!! ମୋ ଭାରତ !!

1 min
230


ସ୍ବର୍ଣ୍ଣ ପ୍ରସୂ ଭାରତ ମୋର

ଜନନୀ ଧରା ତଳେ

ସବୁଜ ବନ ତ୍ରିରଙ୍ଗା ନେତ

ନୀଳ ସାଗର ଝଳେ ,

କେଦାରେ ଯା'ର ଶସ୍ୟ ଭରା

ତଟିନୀ ପୟ ଝରେ


ନନ୍ଦିନୀ ଯା'ର ଲକ୍ଷ୍ମୀ ବାଈ

ଦୂର୍ଗାବତୀ ବୀରା

ସତ୍ୟ ଅହିଂସା ଧର୍ମ ଯା'ର

କର୍ମ ଜୀବନ ଧାରା ,

ଜାତିର ପିତା ମୋହନ ଦାସ

ସୁବାସ ଅସୀ ଧରେ


ଉଦ୍ଦାମ ସିଂହ ,ଖୁଦୀରାମ ,

ଜୟୀ ରାଜଗୁରୁ ଗଳେ

ବରିଛି ଫାଶୀ ମୋ ଦେଶ ପାଇଁ

ଏଇ ମୋ ମାଆ କୋଳେ ,

ବିଦେଶୀ ହାତେ କଳେ ଓ ଛଳେ

ବୋହିଛି ଅଶ୍ରୁ ନୀରେ


ନୁହଁଇ ମୋର ଦେଶ କାହାର

ବାପର ଜମିଦାରି

ମୋ ଦେଶେ ବୀର ଜନମି କେତେ

ଜୀବନ ଦେଲେ ହାରି ,

ତାଙ୍କରି ତ୍ୟାଗ ଲାଞ୍ଛିତ ଆଜି

ପ୍ରତିଟି ରେଣୁ ପରେ


Rate this content
Log in

Similar oriya poem from Abstract