STORYMIRROR

Sadananda Pratihari

Abstract

2  

Sadananda Pratihari

Abstract

ମୋ ଭାରତ

ମୋ ଭାରତ

1 min
127

ଧବଳ ତୁଷାର ବସ୍ତ୍ର ପରିହିତା

ନାନାଜାତି ଫଳ ପୁଷ୍ପେ ସୁଶୋଭିତା

ପ୍ରକୃତି ରାଣୀର ଅପରୂପ ଶୋଭା ବିମଣ୍ଡିତା

ପ୍ରିୟ କାଶ୍ମୀରକୁ ପାଇ ଆଜି ଗର୍ବିତ ମୋ ଭାରତ ମାତା

କେତେକାଳ ବିଚରା ଆଉ ସେ କରିଥାନ୍ତା ପ୍ରତୀକ୍ଷା

ହୋଇ ଦହଗଞ୍ଜ ମସ୍ତକହୀନା

ସହି ଅହରହ ଆତଙ୍କବାଦୀଙ୍କ ଆକ୍ରମଣ ଓ ନିଷ୍ଠୁରତା

କେତେବା ରାଜସ୍ବ ଆଉ କରିଥାନ୍ତା ଅପଚୟ

ନିଜର ସୁରକ୍ଷା ସଂଭ୍ରମ ଲାଗି

କେତେକାଳ ଆଉ ବୁକୁ ଫଟାଇ କାନ୍ଦୁଥାନ୍ତା ସିଏ

ନିରବ ନିର୍ବାକ ହୋଇ

ଦେଖିବାକୁ ତା ପ୍ରିୟ ସହିଦ ସୈନିକ ସନ୍ତାନ ମାନଙ୍କୁ

ଶେଷରେ ସେ ହୋଇ ଯାଇଛି ଧୈର୍ଯ୍ୟହରା

ଧୈର୍ଯ୍ୟର ଵି ଅଛି ସୀମାରେଖା

ସେ ସହନଶୀଳତାର ସୀମାରେଖା ଅତିକ୍ରମ କରି ସାରିଛି

ପରିଶେଷରେ ନେଇଛି ସ୍ଥିର ନିଷ୍ପତି

ହଟାଇ ଦେଇଛି ଧାରା 370କୁ

କାଶ୍ମୀର ରୂପକ ମସ୍ତକକୁ ସଂଲଗ୍ନ କରି

ସମସ୍ୟାର ଅନ୍ତ ଘଟାଇ ଦେଇଛି

କେତେକାଳ ଆଉ ସେ କରିଥାନ୍ତା ପ୍ରତୀକ୍ଷା

ଧର୍ମ ନିରପେକ୍ଷ ଶାନ୍ତିପ୍ରିୟ ସହିଷ୍ଣୁତା ଗୁଣେ

ସାରା ବିଶ୍ୱେ ଯିଏ ମହିୟସୀ

ଦେଖାଇ ଦେଇଛି ତାର ପରାକାଷ୍ଠା

ଦୀର୍ଘ ସାତ ଦଶନ୍ଧି ପରେ

ଚକିତ କରି ବିଶ୍ୱବାସୀ

ଆକୁମାରୀ ହିମାଳୟ ଯାର କଳେବର

ବହେ ଗଙ୍ଗା ଯମୁନା ସରସ୍ବତୀ ତ୍ରିବେଣୀ ଧାର

ଚିର ସବୁଜିମା ଯାର ଚିତ୍ରପଟ୍ଟ ଦିଶେ ମନୋହର

ଖଣି ଖାଦାନ ଶସ୍ୟ ଶ୍ୟାମଳାରେ ଯିଏ ଭରପୁର

ଭାଷା ସଂସ୍କୃତି ପରମ୍ପରା ସମୃଦ୍ଧ ଯାର

ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାରେ ଯିଏ ସିଦ୍ଧହସ୍ତ ଧୁରନ୍ଧର

ଯା କୋଳେ ସମ୍ଭୁତ ପ୍ରଖ୍ୟାତ ରାଜନେତା ବୀର ସୈନିକଗଣ

ବିକାଶ ପଥରେ ଯିଏ ସଦା ଅଗ୍ରସର

ସେହି ମୋ ଭାରତ ମୋ ପ୍ରିୟ ଜନନୀ

ତା ପାଦତଳେ ମୋର କୋଟି ନମସ୍କାର

ଜାତିଧର୍ମ ବର୍ଣ୍ଣ ନିର୍ବିଶେଷେ ଭୁଲି ସ୍ୱାର୍ଥ ଅହମିକା ଭେଦଭାବ

ଚାଲ ବନ୍ଧୁ ସର୍ବେ ତ୍ରିରଙ୍ଗା ତଳେ ହେବା ସମବେତ

କରିବା ଶପଥ ହୋଇ ଏକ ମନ

ଗଢିବାକୁ ନୂତନ ଭାରତ

ପ୍ରତି କ୍ଷେତ୍ରେ କରି ବିକଶିତ

ତେବେ ଯାଇ ଲଭିବ ସନ୍ତୋଷ ଜନନୀ

ମୋ ପ୍ରିୟ ଭାରତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract