STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ମୋ ଭାରତ"

"ମୋ ଭାରତ"

1 min
82

କେଡ଼େ ସୁନ୍ଦର

ଦିଶଇ ପୁଣି

ସକାଳୁ ସଞ୍ଜ

ହୁଏନି ଜାଣି


ସବୁଜ ଲତା

ଘାସ ପତର

ଖୋଲା ପଡିଆ

ଲାଗେ ସୁନ୍ଦର


ଏଇଠି ନାହିଁ

ଛୁଆଁ ଅଛୁଆଁ

ସବୁରି ମୁଖେ

ତାହାରି ନାଆଁ


ନେଇ ସଂକଳ୍ପ

ସେବୀବି ମୁହିଁ

କରିବି କର୍ମ

ତାହାରି ପାଇଁ


ସିଏ ମୋ ଦେଶ

କେଡ଼େ ସୁନ୍ଦର

ଭାରତ ଭୂମି

ନାମଟି ତାର


କେଡ଼େ ପୁରୁଣା

ଦେଶଟି ମୋର

ସବୁଠି ଅଛି

ଖ୍ୟାତି ତାହାର


ଛୋଟରୁ ବଡ଼

ସଭିଏଁ ଏଠି

କର୍ମ କରନ୍ତି

ହୋଇ ଏକାଠି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract