ମୋ ଭାରତ ମା
ମୋ ଭାରତ ମା
ଭାରତର ଅଟୁ ଆମେ ସନ୍ତାନ l
ରଖିବା ସର୍ବଦା ତାହାରି ମନ ll
ସୈନିକ ଅଟନ୍ତି ଆମରି ଭାଇ l
ସୁରକ୍ଷା ଦିଅନ୍ତି ଆମକୁ ସେଇ ll
ଲଢୁଥାନ୍ତି ସଦା ସୀମାରେ ଯାଇ l
ବିଦେଶୀ ମାନଙ୍କୁ ତଡିବା ପାଇଁ ll
ଘର ଓ ପରିବାର ଛାଡି ଦେଇ l
ଲଢୁଥାନ୍ତି ସିଏ ଆମରି ପାଇଁ ll
ବିଦେଶୀ ହେଉ ବା ମାଓବାଦୀ ସେ l
ଲଢେ଼ଇ କରିବା ହୋଇ ସମସ୍ତେ ll
ଏହି ଦିବସରେ ଶପଥ ନେବା l
ସେମାନଙ୍କ ସାଙ୍ଗେ ମିଶି ଲଢ଼ିବା ll
ଶେଷରେ ସଭିଙ୍କୁ ମୋର ଆହ୍ୱାନ l
ଏ ସ୍ରୋତରେ ଏକତ୍ରିତ ହୋଇଣ ll
ଦେଶକୁ ଆମର ଆଗେଇ ନବା l
ବିଶ୍ୱରେ ପ୍ରଥମ ସ୍ଥାନଟି ଦେବା ll
ଭାରତର ଅଟୁ ଆମେ ସନ୍ତାନ l
ରଖିବା ତାହାର ମାନସମ୍ମାନ ll
