STORYMIRROR

Ajay kumar Behera

Abstract

4  

Ajay kumar Behera

Abstract

"ମୋ ଭାରତ ଦେଶ''

"ମୋ ଭାରତ ଦେଶ''

1 min
335


ଧନରେ ଗରିବ

ମନରେ ନୋହୁଁ

ବିପଦେ ଆପଦେ

ଅନ୍ୟକୁ ଚାହୁଁ।୧।


ଆଚାର ବିଚାର

କେଡ଼େ ସୁନ୍ଦର

ମନରେ ନଥାଏ

ଅହଂ କାହାର।୨।


ଶାଗ ପଖାଳରେ

କେଡ଼େ ଆନନ୍ଦ

ମନରେ ନ ଥାଏ

କାହାରି ଛନ୍ଦ।୩।


ପୂଣ୍ୟ ଭାରତରେ

ଜନମ ମୋର

ଭଲ ଲାଗେ ପୁଣି

ମନ୍ଦିର ତାର।୪।


କେଡ଼େ ମନଲୋଭା

ସବୁଜ କ୍ଷେତ

ଦୂରରୁ ଦିଶଇ

ମନ୍ଦିର ନେତ।୫।


ବାରମାସେ ତେର

ପରବ କେତେ

ଆନନ୍ଦ ଉଲ୍ଲାସେ

ପାଳୁ ଯେ ସତେ।୬।


ସୁନ୍ଦର ଦିଶଇ

ପାହାଡ଼ ନଈ

ଭଲ ଯେ ଲାଗଇ

ଗୋଠର ଗାଈ।୭।


ଝର ଝର ଝରେ

ଝରଣା କେତେ

କୁହୁ କୁହୁ ଗାଏ

କୋଇଲି ସତେ।୮।


ଭଲ ଲାଗେ ପୁଣି

ଲୋହିତ ଛବି

ପୂରୁବ ଆକାଶେ

ଉଠଇ ରବି।୯।


ଧନ୍ୟ ଧନ୍ୟ ତୁହି

ଭାରତ ଭୂଇଁ

ତୋ ପରି ସତରେ

କେହି ତ ନାହିଁ।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract