STORYMIRROR

Prabhati Debnath

Abstract

2  

Prabhati Debnath

Abstract

ମୋ ବାପା

ମୋ ବାପା

1 min
2.7K

ତୁମେ ମୋର ସ୍ୱର୍ଗ ତୁମେ ମୋ ଆକାଶ

ତୁମ ବିନା ମାନେ ନାହିଁ

ଲାଳି ପାଳି ମୋତେ ବଞ୍ଚି ଶିଖାଇଲ

ଚାଲିଛି ତୁମରି ପାଇଁ

ନିଜେ ଅଧା ଖାଇ ଫଟା ଖଣ୍ଡେ ପିନ୍ଧି

ମୋ ଭିତରେ ଭରି ଦେଲ

ଖରା ବର୍ଷା ଶୀତ ଖାତିର ନ କରି

ମଣିଷଟେ ମୋତେ କଲ

ତୁମ ତ୍ୟାଗ ବଳେ ମଣିଷଟେ ହେଲି

ନିଜେ ବଞ୍ଚିବା ଶିଖିଲି

ତୁମ ଦାନ ଫଳେ ସ୍ବାମୀଙ୍କୁ ପାଇଁ ମୁଁ

ସନ୍ତାନ ମୁହଁ ଦେଖିଲି

ଆଜି ସମାଜରେ ଯେତେ ମୋ ଭୂମିକା

ସେ ସବୁ ତ ତୁମ ଦାନ

ତୁମ ବିନା ମୋର ସ୍ଥିତି ତ ନ ଥାନ୍ତା ତୁମକୁ ମୋ ନମ୍ଃ ନମ୍ଃ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract