STORYMIRROR

pratap nayak

Abstract

2  

pratap nayak

Abstract

ମୋ ବାପା ,,,,,,,,,,,,,,,,,

ମୋ ବାପା ,,,,,,,,,,,,,,,,,

1 min
148

ଶେଣି ରୁଅ ଉପରୁ ଦେଖିଛି ତୁମକୁ

ଦେଖିଛି ବି ଚାଳ ଛପର ମଥାନ ଉପରେ,

 ମଥା ସରସର ଝାଳ

ପୁଣି ଅଣ୍ଟାରେ କାସ୍ତା ଲୁଗା ଖୋଷଣିରୁ

କଳିଛି 

ତୁମ ବଳ ତୁମ କଳ କଉଶଳ

ହିମାଳୟ ପରି ଧର୍ଯ୍ୟ

ସମତଳ ଭୁମିକୁ ଲମ୍ପ ପ୍ରଦାନ କରୁଥିବା 

ପାହାଡି ଝରଣା ପରି ତୁମ ପ୍ରୟାସ

ନିରବଛିନ୍ନ କର୍ତ୍ତବ୍ୟପରାୟଣତା

ହଜେଇ ଦିଏ ମତେ 

କାହିଁ କେଉଁଠି

ସୀମା ସରହଦ ପାଏନା ମୁଁ

ପାଏନା ମୁଁ

ତୁମେ ଦେଇଥିବା ଭଉଁରିଏ ସ୍ୱପ୍ନ

ନିଜକୁ ମଠେଇ ତିଆରିବାରେ

କୁମ୍ଭାର ପରିକା ଶିଳ୍ପୀ ତୁମେ

କର୍ତ୍ତବ୍ୟ ଶେଷ ପୂର୍ବରୁ 

ନଛାଡିବାର ନିଶା ଆଉ ନିଶା

ସାଉଁଟା କାଉଁରୀକାଠୀରେ

ଖୀଣ ଚର୍ମ ଆବରଣ ତଳେ

ମତେ ଡର ଲାଗେ

ମତେ ଡର ଲାଗେ

ତୁମକୁ ତଉଲିବାର ଆସ୍ପର୍ଦ୍ଧା କରେନା

ଏବେ ବି ନାହିଁ ମୋର 

ବଳ ବୟସ ଅବା ମଗଜ


ନସରୁ ମୋ ଶେଷ ଜୀବନ

ରହିଥାଉ ତୁମରି କୋଳରେ

ତୁମର ସେ ସ୍ନେହାଶିଷ ହାତରୁ ଅମୃତ 

ଝରୁଥାଉ ସଦା ମୋ ମସ୍ତକ ଉପରେ

ତୁମେ ବାପା ....ବାପା ହୋଇ ରୁହ 

ଅଉ ମୁଁ ପୁଅ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract