ମୋ ବାପା ମୋ ହିରୋ
ମୋ ବାପା ମୋ ହିରୋ
ପରିବାର ଏକ ବିଶ୍ୱାସର ଆଶ୍ରୟସ୍ଥଳ
ବିଶ୍ୱାସର ଜୀବନ୍ତ ବୃକ୍ଷଟିଏ
ସବୁ ବିଶ୍ୱାସର ଉପରେ ଯିଏ ଥାଏ
ସମ୍ପର୍କର ଦଉଡିକୁ ଯାବୁଡି ଧରିଥାଏ ଯିଏ
ସିଏ ମୋ ବାପା ସିଏ ମୋ ହିରୋ।।
ଅନେକ ପ୍ରଶ୍ନର ମାଇଲି ମାଇଲି ଖୁଣ୍ଟଟିଏ
ବିଶ୍ୱାସର ବାସ୍ତବ ପ୍ରତିଛବିଟିଏ
ସବୁ ପ୍ରଶ୍ନର ଉତ୍ତର ଯିଏ ଦିଏ
ସବୁ ଦୁଃଖର ଲାଘବ କରିଥାଏ ଯିଏ
ସିଏ ମୋ ବାପା ସିଏ ମୋ ହିରୋ।।
ସବୁ ସାହସର ସରହଦ ପାର କରିଥାଏ ଯିଏ
ଝୁଣ୍ଟି ପଡୁପଡୁ ହାତ ଧରି ନିଅନ୍ତି ସିଏ
ନିର୍ଭୟର ପ୍ରତିଶୃତି ଦିଅନ୍ତି ଯିଏ
ମୁଣ୍ଡଟେକି ଠିଆ ହେବାର ସାହସ ଦିଅନ୍ତି ଯିଏ
ସିଏ ମୋ ବାପା ସିଏ ମୋ ହିରୋ।।
