STORYMIRROR

Samar Ballav Bhoi

Inspirational

4  

Samar Ballav Bhoi

Inspirational

ମୋ ବାପା ମୋ ହିରୋ

ମୋ ବାପା ମୋ ହିରୋ

1 min
217


ପରିବାର ଏକ ବିଶ୍ୱାସର ଆଶ୍ରୟସ୍ଥଳ

ବିଶ୍ୱାସର ଜୀବନ୍ତ ବୃକ୍ଷଟିଏ

ସବୁ ବିଶ୍ୱାସର ଉପରେ ଯିଏ ଥାଏ

ସମ୍ପର୍କର ଦଉଡିକୁ ଯାବୁଡି ଧରିଥାଏ ଯିଏ

ସିଏ ମୋ ବାପା ସିଏ ମୋ ହିରୋ।।


ଅନେକ ପ୍ରଶ୍ନର ମାଇଲି ମାଇଲି ଖୁଣ୍ଟଟିଏ

ବିଶ୍ୱାସର ବାସ୍ତବ ପ୍ରତିଛବିଟିଏ

ସବୁ ପ୍ରଶ୍ନର ଉତ୍ତର ଯିଏ ଦିଏ

ସବୁ ଦୁଃଖର ଲାଘବ କରିଥାଏ ଯିଏ

ସିଏ ମୋ ବାପା ସିଏ ମୋ ହିରୋ।।


ସବୁ ସାହସର ସରହଦ ପାର କରିଥାଏ ଯିଏ

ଝୁଣ୍ଟି ପଡୁପଡୁ ହାତ ଧରି ନିଅନ୍ତି ସିଏ

ନିର୍ଭୟର ପ୍ରତିଶୃତି ଦିଅନ୍ତି ଯିଏ

ମୁଣ୍ଡଟେକି ଠିଆ ହେବାର ସାହସ ଦିଅନ୍ତି ଯିଏ

ସିଏ ମୋ ବାପା ସିଏ ମୋ ହିରୋ।।


    

   

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational