STORYMIRROR

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ମୋ ବାପା ମୋ ଆଦର୍ଶ

ମୋ ବାପା ମୋ ଆଦର୍ଶ

2 mins
302


ପରିବାର ଏକ ବିଶ୍ବାସର ଆଶ୍ରୟ ସ୍ଥଳ

ବିଶ୍ବାସର ଜୀବନ୍ତ ବୃକ୍ଷଟିଏ

ସବୁ ବିଶ୍ବାସର ଉପରେ ଯିଏ ଥାଏ

ସମ୍ପର୍କର ଦଉଡିକୁ ଯାବୁଡି ଧରିଥାଏ ଯିଏ

ସିଏ ମୋ ବାପା ।।


ଅନେକ ପ୍ରଶ୍ନର ମାଇଲି ଖୁଣ୍ଟଟିଏ

ବିଶ୍ବାସର ବାସ୍ତବ ପ୍ରତିଛବିଟିଏ

ସବୁ ପ୍ରଶ୍ନର ଉତ୍ତର ଯିଏ ଦିଏ

ସବୁ ଦୁଖର ଲାଘବ କରିଥାଏ ଯିଏ

ସିଏ ମୋ ବାପା।।


ସବୁ ସାହସର ସରହଦ ପାର କରିଥାଏ ଯିଏ

ଝୁଣ୍ଟି ପଡୁପଡୁ ହାତ ଧରି ନିଅନ୍ତି ସିଏ

ନିର୍ଭୟର ପ୍ରତିଶୃତି ଦିଅନ୍ତି ଯିଏ

ମୁଣ୍ଡଟେକି ଠିଆହବାର ସାହସ ଦିଅନ୍ତି ଯିଏ

ସିଏ ମୋ ବାପା।।


ପାଣି ଓ ପବନ ସମାହାରର ଶବ୍ଦଟିଏ

ଖରା ବର୍ଷା ପାଇଁ ଛତାଟିଏ

ପରିବାରର ଶ୍ରେଷ୍ଠ ମନ୍ତ୍ର ଯନ୍ତ୍ରଟିଏ

ସର୍ବଦା ଚଳଚଞ୍ଚଳ ଥାଆନ୍ତି ଯିଏ

ସିଏ ମୋ ବାପା।।


ଆତ୍ମବିଶ୍ଵାସ ଓ ଭରଷାର ପ୍ରତିଛବି ସିଏ

ପରିବାରର ବିସ୍ତୃତ ମାନଚିତ୍ରଟିଏ

ଗୁଗୁଲ ମ୍ୟାପ୍ ପରି ପରିବ୍ୟାପ୍ତ ସିଏ

ସବୁ ଖବରର ମୁଖ୍ୟ ଶବ୍ଦଟିଏ ଯିଏ

ସିଏ ମୋ ବାପା।।


ଅନୁଭୁତି ଓ ଅନୁଶାସନର ଗନ୍ତାଘରଟିଏ

ଜୀବନ୍ତ ନିୟମାବଳିର ମାର୍ଗଟିଏ

ଫୁଲଠୁଁ କୋମଳ ହୃଦୟଟିଏ

ସବୁଥିରେ ଥାଏ କ୍ଷମାର ସଙ୍କେତ

ସିଏ ମୋ ବାପା।।


ଅନୁଶାସନର କଠୋର ଭାବମୂର୍ତ୍ତିଟିଏ

ପାଖେଥିଲେ ଶତସିଂହର ବଳ ମିଳେ ନିରୁପାୟ ର ଉପାୟ ସିଏ

ସବୁକିଛି ସହାୟତାର ମାର୍ଗଟିଏ

ସିଏ ମୋ ବାପା।।


ସଫଳତାର ପ୍ରତିଟି ପାହାଚରେ ସିଏ

ଜୀବନ ଗଢିବାର ବିନ୍ଧାଣିଟିଏ

ଭୁଲକୁ ପରଖି ଠିକ୍ ରାସ୍ତା ଦେଖାନ୍ତି ଯିଏ

ଆଶାର ସତେଜ କିରଣଟିଏ

ସିଏ ମୋ ବାପା।।


ଲକ୍ଷ୍ୟ ଓ ଆଦର୍ଶର ବିଶ୍ବକର୍ମା ସିଏ

ମଣିଷଟିଏ ତିଆରି କରନ୍ତି

ରକ୍ତମାଂସ ଗଢା ଶରୀରକୁ କଷ୍ଟଦେଇ

ଭଲ ମଣିଷଟିଏ ହବାକୁ ଆଶାବାଦୀ ଯିଏ

ସିଏ ମୋ ବାପା।।


ବାସ୍ତବତାକୁ ଭଲପାଉଥିବା ମଣିଷଟିଏ

ସନ୍ତାନମାନଙ୍କ ଦୁଷ୍ଟାତା ପାଇଁ

ବ୍ୟସ୍ତତାର ପରିସୀମା ମାପୁଥାଏ ସିଏ

ଅତ୍ରତତ୍ର ସର୍ବତ୍ର ବ୍ୟଗ୍ର ଯିଏ

ସିଏ ମୋ ବାପା।।


ମା`ର ବିଶ୍ବାସକୁ ପଣ କରିଥିବା ମଣିଷଟିଏ

କର୍ତ୍ତବ୍ୟାମୁଖୀ ଜୀବନ ଯାହାର ବ୍ରତ

ସମସ୍ତଙ୍କ ପାଇଁ କର୍ମବ୍ୟସ୍ତ ହୃଦୟଟିଏ

ଅବିଶ୍ରାନ୍ତର ପ୍ରତିଟି ପାହଚରେ ଯିଏ

ସିଏ ମୋ ବାପା।।


ଆୟ ବ୍ୟୟକୁ ପରଖୁଥିବା ମଣିଷଟିଏ

ତେଲଲୁଣ ଦୁନିଆର ଆଧାର ସିଏ

ଜୀବନ ନଈରେ ବିଶ୍ବାସର କାତ ଧରି

ଆଗକୁ ଆଗ ଚାଲୁଥାଏ ଯିଏ

ସିଏ ମୋ ବାପା।।


ପଥରର ଚଟାଣ ପରି ଏକ ଶକ୍ତ ଚଟାଣଟିଏ

ଜୀବନ ଓ ବଂଚିବାର ସଳଖ ରେଖାଟିଏ

ସନ୍ତାନ ପାଇଁ ବରଗଛର ଛାଇ ସିଏ

କେଉଁଠି ବି ଅଟକି ନଯିବାର ମଣିଷ ଯିଏ

ସିଏ ମୋ ବାପା।।


ବଂଧୁ ଓ ପଥପ୍ରଦର୍ଶକର ମଣିଷଟିଏ

ମା ଛେଉଣ୍ଡ ସନ୍ତାନଙ୍କ ପାଇଁ ବାପାମା ସିଏ

ସନ୍ତାନର ଖୁସିରେ ଖୁସି ବାଣ୍ଟିବା ମଣିଷଟିଏ

ଭଲ-ମନ୍ଦ ବିଚାରର ଅଭେଦ୍ୟ ମାର୍ଗ ଯିଏ

ସିଏ ମୋ ବାପା।।


ବିଶ୍ବାସର ଅନ୍ୟ ନାମ ବାପା

ଭରଷାର ସୀମାନ୍ତରେ ସିଏ

ଜୀବନର ଅଦୃଶ୍ୟ ସାହସ ସିଏ

ଆଦର୍ଶର ସୀମାରେଖା ସିଏ

ମୋ ପାଇଁ ଆଦର୍ଶ ଯିଏ

ସିଏ ମୋ ବାପା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract