STORYMIRROR

baishnaba meher

Inspirational

3  

baishnaba meher

Inspirational

ମୋ ଅସ୍ତିତ୍ୱ

ମୋ ଅସ୍ତିତ୍ୱ

1 min
257


କାହାକୁ ପଚାରିବି ମୋ ଅସ୍ତିତ୍ୱ,

ରକ୍ତିମ ସୁରୁଜର ଉତ୍ତପ୍ତ ଆଭା କୁ,

ନା...

ଶାନ୍ତ ସୁଶୀଲ ଶଶୀର ଚାନ୍ଦିନୀ କୁ ।


କିଏ ଦେବ ମୋ ଉତ୍ତର...

ଉଚ୍ଚ ମଥା ଟେକି ଠିଆ ହେଇଥିବା ଗିରିରାଜ,

ନା...

କୁଳୁକୁଳୁ ନାଦେ ବହୁଥିବା ମୁକ ଜଳପ୍ରପାତ।


ଆଖି ବୁଜିଲେ ବି ସବୁ ଦିଶୁଛି...

ନିର୍ବଳ ଉପରେ ସବଳର ଅତ୍ୟାଚାର,

ଦିଗହରା ମଣିଷର ସବୁ ବ୍ୟଭିଚାର,

କଳଙ୍କର ତୀକ୍ଷ୍ଣମୁନରେ ଲେଖିଯାଏ...

ଅଲିଭା ଇତିହାସ ନିଜ ଦୁଷ୍କର୍ମର ।


ଥାଇ ବି ନିଜ ସାମର୍ଥ୍ୟ...

ଚକ୍ଷୁହୀନ ପରି ଚୁପ୍ ରହିଯାଏ,

ଏକ ନିର୍ଲଜ ଅଲାଜୁକ ହୋଇ,

ଆଉ...

ତୁନି ରହିଯାଏ ଲୋକ ଆଢୁଆଳରେ,

ମୁକ ଭଳି ; ବାକ୍-ଶକ୍ତି ହରେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational