STORYMIRROR

Papu parida

Abstract

4  

Papu parida

Abstract

ମୋ ଅନୁଭୂତି

ମୋ ଅନୁଭୂତି

1 min
233

ସତ୍ୟର ଆକାଶେ ମିଥ୍ୟାର ବାଦଲ

ପୁଣ୍ୟର ସାଗରେ ପାପ ଇନ୍ଦ୍ର ଜାଲ

ଜୀବନ ଜୀଇଁବା ଏଠି ନୁହଁଇ ସହଜ

ରାସ୍ତାରେ ଆସିବ ବହୁ ଢ଼ିପ ଖାଲ।


ଜୀବନ ଯୁଦ୍ଧରେ ନିରବ ଯୋଧ୍ୟା ମୁଁ

ନୀରବତା ଅସ୍ତ୍ର ମୋର

ନିରବେ ନିରବେ ନିରବି ଜୀବରେ

ଶତ୍ରୁ ଓ ଛଳ ମିତ୍ରଙ୍କର ସ୍ୱର।


ନିଜଲୋକ ଯେବେ କଲେ ମୋତେ ଦୂର

କଲମକୁ କଲି ସାଥି

କାଗଜକୁ ମୋର ପ୍ରେମ ସ୍ଥଳ କରି

ବାଣ୍ଟିଲି ପ୍ରେମ ପୀରତି।


ସ୍ୱାଭିମାନ ଅଟେ ବଡ ଅସ୍ତ୍ର ମୋର 

ସ୍ୱାଭିମାନ ହିଁ ମୋ ଦୁର୍ବଳତା

ସ୍ୱାଭିମାନ ପାଇଁ ସବୁ ମୁଁ ହାରିଛି 

ସ୍ୱାଭିମାନ ଦେବ ମୋତେ ମୋ ସଫଳତା।


ଅତୀତର ଦୁଃଖ କମିବା ଆଗରୁ

ଏଠି ଦୂର ଭବିଷ୍ୟର ଚିନ୍ତନ

ବର୍ତ୍ତମାନକୁ ଯେ ବଞ୍ଚିବା ପାଇଁରେ 

ଏଠି କରେ ମୁଁ ମାନସ ମନ୍ଥନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract