STORYMIRROR

Kabiratna Nutan Kumar Behera

Romance Classics Inspirational

4  

Kabiratna Nutan Kumar Behera

Romance Classics Inspirational

ମନଟା ତୁମର ରଙ୍ଗ ପସରା

ମନଟା ତୁମର ରଙ୍ଗ ପସରା

1 min
257


ମନଟା ତୁମର ରଙ୍ଗ ପସରା

ସରାଗରେ ଛିଞ୍ଚିଦିଅ ଯେବେ ମୋ ଉପରେ 

ରଙ୍ଗେଇ ଯାଏ ମୋ ଦେହ ସାରା

ଶୀତଳ ଚନ୍ଦନ ପରି ଲାଗେ ପ୍ରବଳ ଖରା

ଅନୁଭବ କରେ ମୁଁ ତୁମେ ମୋ ପାଇଁ ନିଆରା।


ମନଟା ତୁମର ରଙ୍ଗ ପସରା

ମନେ ମନଦେଇ ଲଗାଇ ଦିଅ ରଙ୍ଗ

ତୁମ ଲାଗି ହୋଇଥାଏ ମୁଁ ପ୍ରେମର ନିର୍ଝରା

ବଦଳିଯାଏ ମୋ ଜୀବନ ଧାରା

ବିରହର ନିଃସଙ୍ଗତାରେ ଖୋଜେ ତୁମ ସାହାରା ।


ମନଟା ତୁମର ରଙ୍ଗ ପସରା

ଆସିଲେ ତୁମେ ଲାଗ ବସନ୍ତ ଆସିଛି ପରା

ଫଗୁଣ ପରି ହସି ଉଠେ ମୋ ଚେହେରା

ତୁମ ଭାବ ଭାଷା ପାଇଁ ଅଭୁଲା ଅପାଶୋରା

ଲୋଟଣୀ ପାରା ପରି ସହଜେ ତୁମକୁ ଦିଏ ଧରା।


ମନଟା ତୁମର ରଙ୍ଗ ପସରା

ତୁମ ରଙ୍ଗରେ ରଙ୍ଗେଇ ଦିଏ ଯେବେ

ମୋ ଆଶା-ସ୍ବପ୍ନ ହୁଏ ପୁରା ଥାଏ ଯା' ଅଧୁରା

ମନ ଫୁଲେ ମୋର ତୁମେ ମନ ଭ୍ରମରା

ଦିବସ ରଜନୀ ଲାଗେ ମୋତେ ମଧୁଝରା।


ମନଟା ତୁମର ରଙ୍ଗ ପସରା

ହୋଲି ପରି ରଙ୍ଗ ବୋଳିଦେଇ କର ଆତ୍ମହରା

ଆଖି ମୋର କଥା କହେ ପାଇ ତୁମ ଇସାରା

ଚାତକି ପରି ଚାହିଁଥାଏ ଶୁଣିବାକୁ ତୁମ ଡାକରା

ନାଚିବି ଗାଇବି ତୁମ ପ୍ରୀତିରେ ଜୀବନ ସାରା।


ମନଟା ତୁମର ରଙ୍ଗ ପସରା

ତୁମେ ମୋ ଭାବ ବିନୋଦିଆ ରସିକ ପରା

ବାଟେ ଘାଟେ ବାଜେ ଆମ ପ୍ରେମର ନାଗରା

ସାଙ୍ଗ ସାଥୀ ମୋର କରନ୍ତି ଟାହି ଟାପରା

ହାତ ଧରି ସାଥୀ କରିନିଅ ମୋତେ ହୁଏ ଅଧୁରା

ମନଟା ତୁମର ରଙ୍ଗ ପସରା।

           


Rate this content
Log in

Similar oriya poem from Romance