STORYMIRROR

Bidyadhar Mantry

Abstract Others

4  

Bidyadhar Mantry

Abstract Others

ମନର ଗୁରୁ ଭୂମିକା

ମନର ଗୁରୁ ଭୂମିକା

2 mins
366


  ମନର ଗୁରୁ ଭୂମିକା


ମନର ଗୁରୁ ଭୂମିକା

ପ୍ରକାରାନ୍ତରେ ଭିନ୍ନ ଭିନ୍ନ ରୂପ

ମନ ବି ଗୁରୁ ଥିଲା ବାଳ ବୟସରେ

ମନର କଥା ମନରେ ଅଛି

ମନେ ପଡୁଛି ସେଇ ପିଲା ଦିନ ମନ

ମନରେ କିଛି ଦୁଶ୍ଚିନ୍ତା ନ ଥିଲା

ମନ ଦେଇ ପଢା ହେଉଥିଲା

ମନରେ ଭୟ ଥିଲା ଗୁରୁଜନ ପ୍ରତି

ମନକୁ ସ୍ଥିର କରି ଯାବତୀୟ କାମ

ମନ ଧ୍ୟାନ ସହ,ଘରେ ଓ ବାହାରେ

ମନ-ମାନି ହେଲେ ଉପଯୁକ୍ତ ଦଣ୍ଡ !!

ମନ ଗୁରୁ ଭୂମିକାରେ ଠିକ୍ ଥିଲା।


ମନ ବୁଝୁ ନ ଥିଲା ଯାହା ମିଳୁଥିଲା

ମନରେ କିଛି ଅଧିକା ଆଶା ଥିଲା

ମନକୁ ମାରି ବସି ରହିଲେ ଗାଳି

ମନରେ କିଛି କରିବାକୁ ଆଶା ରଖିବାକୁ ହେବ

ମନେ ମନେ ନିଜକୁ ବଡ ବୋଲି ଭାବନା ନ ଥିଲା!

ମନରେ ସାହସ ଥିଲା,କିଛି କରି ଦେଖେଇବାକୁ 

ନେପଥ୍ୟେ ଗୁରୁଙ୍କର ଉଦ୍ୟତ ହେବାର ପରାମର୍ଶ।

 

ମନ ଲାଗିଥିଲା ସୁନ୍ଦରୀ ତରୁଣୀ ଦର୍ଶନେ

ମନ କୁ ଆୟତ୍ତ କରିବା କଷ୍ଟକର ଥିଲା

ମନେ ମନେ ହିରୋ ସୁନ୍ଦରୀ ତରୁଣୀ ସମୀପେ

ମନରେ କଣ ଭାବୁଥିବେ,କିଛି ବି ଡର ନ ଥିଲା

ମନ ଖୋଲି କହିବାକୁ କୁଣ୍ଠା

ମନର ଭାବନା ବି କିଛି ଅଲଗା ଅଲଗା 

ମନ ମତ୍ତାଣିଆ କଥା ବି ହେଇଛି

ମନ ଖାଲି ହୁକୁହୁକୁ ପ୍ରତି ମୁହୂର୍ତ୍ତରେ

ଗୁରୁ ଭୂମିକାରେ ମନ ଉଚ୍ଛନ୍ନ ଥିଲା।


ମନରେ ଭାବନା ଜାଗ୍ରତ

ମନ ପ୍ରାଣ ଦେଇ ରୋଜଗାର ଚିନ୍ତା

ମନକୁ କରାୟତ,ମନ କୁ ସଞ୍ଜତ ଜରୁରୀ

ମନ ଆଉ ଉଡିବାକୁ ମନା 

ମନକୁ ଆଉ ଗୋଟିଏ ମନ ଦରକାର,ଜିବନ ସାଥୀ

ମନ ଦିଆନିଆ ,ମନ ମତୁଆଲା ବି ହେଲା

ମନଲାଖି ସାଥୀ ସହ ମିଶିଗଲା ମନ

ଗୁରୁ ଭୂମିକାରେ ମନ ଆଉ ଏକ ମନକୁ ଭେଟିଲା।


ମନରେ ସମସ୍ୟା ଆସିଲା,ଘର,ସଂସାର ଓ ପିଲା

ମନରେ ଆଉ ସ୍ପୃହା ନାହିଁ

ମନଇଛା କାମ କରିବାକୁ ଅଙ୍କୁଶ

ମନକୁ ମନ ସବୁ କାମ ହେଉନି

ମନକଥା ବୁଝିଥିବା ଘରଣୀର ବି ମତ୍ତ ଲୋଡା

ମନରେ କଷ୍ଟ ହେଉଛି ବୋଲି କହିବା ମନା

ମନ କଥା ମନରେ ରହୁଛି

ମନକୁ ବୁଝେଇ ମନେଇବାକୁ ହେଉଛି!

ଗୁରୁ ଭୂମିକାରେ ମନର ମନ ଦୁଃଖ ହେଲା ।


ମନରେ ଏବେ ଥକା ପଣ

ମନରେ ନିର୍ବିକାର ଭାବ

ମନ ଥକି ଥକି ଏବେ ସଂପୂଣ୍ଣ ଥକା

ମନ ଆଉ କୁଆଡେ଼ ଯିବାକୁ ଚାହୁଁନି

ମନେ ପଡୁଛି ପିଲା ଦିନ,ସୁଖ ଦିନ କଥା

ମନ ଭିତରେ ଥକା,ଶରୀର ବି ଥକା

ମନ ଏବେ ଆଉ ଛନଛନ ନାହିଁ

ମନ ସମ୍ପୂର୍ଣ୍ଣ ଥକି ଥକି, ଆଜିକାଲି ଥକାମନ

ଗୁରୁ ଭୂମିକାରେ ମନର ଆଉ ସ୍ପୃହା ନାହିଁ ।


ଜୀବନ ସାରା ମନ ହିଁ ଗୁରୁ ଭୂମିକାରେ

ମନ ମୁତାବକ କାର୍ଯ୍ୟ ବି ହୋଇଛି

ଅନ୍ୟ ଗୁରୁ ର ପରାମର୍ଶ ଉପଦେଶ ଚାହିଁନି

ନିଜ ମନ ହିଁ ନିଜର ଗୁରୁ ଭୂମିକାରେ

ମନ ବଶ ନ ହୋଇ ମଜ୍ଜିଲା ବିଷୟା ରସରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract