STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମଣିଷର ଚେହେରା

ମଣିଷର ଚେହେରା

1 min
127

ନିଜ ଜୀବନକୁ ଆତ୍ମାହୁତି ଦେଇ

ସପନକୁ

ଦଳି ଚକଟି

ଚୁରମାର କରି

ହୃଦୟର ସ୍ପନ୍ଦନ ପାସୋରି

ବିବେକକୁ ହତ୍ୟାକରି

ଇଚ୍ଛା ଓ ଆକାଂକ୍ଷାକୁ କ୍ଷତାକ୍ତ କରି

ନିଜକୁ ନିଜଠୁ ହଜାଇ

ବିଶ୍ୱାସ କଲି ବୋଲି


ଅଦିନେ ବେସାହାରା ହେଲି

ବିଶ୍ୱାସଘାତକର ପରିଚୟ ପାଇ

ଦରଦୀ ଛାତିକୁ

ପଥର କଲି

ଦେହର ରକତ ପାଣି କରି

ମରି ମରି ଜିଇଁବା ଶିଖିଲି

ଆଉ

ମନର ଭାବନାମାନଙ୍କୁ

ବୁଝାଇସୁଝାଇ ଆତ୍ମହତ୍ୟା କରିବାକୁ ଵି କହିଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract