Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Abstract

4.5  

Pranati Panda

Abstract

ମଣିଷ ପ୍ରକୃତି

ମଣିଷ ପ୍ରକୃତି

1 min
336



ପ୍ରତିଶ୍ରୁତି ଯଦି ପ୍ରତାରଣା ହୁଏ

ଥଳ , କୂଳ ମିଳେନାହିଁ ,

ବିଶ୍ଵାସରେ ଥରେ ବିଷ ମିଶିଗଲେ

ବିଶ୍ଵାସ ହାରେଟି ତହିଁ ।


ମଣିଷ ଜୀବନେ ଅଛି ଖାଲି ଏବେ

ପ୍ରତିଶ୍ରୁତି ପୂର୍ଣ୍ଣ ଆଶା ,

କେବେ ଖରା କେବେ ଛାଇ ପରି ପୁଣି

ଅସୁମାରୀ ଅଭିଳାଷା ।


ପୂର୍ଣ୍ଣମୀର ପରି ପକ୍ଷେ ବଢିଥିଲେ

ଅମାବାସ୍ୟା ପରି ଛିଡେ ,

ଜୀବନ ଯାତ୍ରାର ପ୍ରତି ମୁହୂର୍ତ୍ତରେ

କେବେ ଝୁଣ୍ଟେ କେବେ ପଡ଼େ ।


ପାଦଟେ ଆଗକୁ ବଢ଼ିଲେ ମଣିଷ

ପ୍ରତାରଣା ମାରିଦିଏ,

ମାୟାର ବନ୍ଧନେ ଏ ମଣିଷ ଆଜି

ପ୍ରକୃତି ବି ବଦଳାଏ ।


ରାତିଏ ବିତିଲେ ଜୀବନ ଆୟୁଦ୍ଧୁ

ସରିଯାଏ ଗୋଟେ ଦିନ ,

ସବୁ ଜାଣି ମଧ୍ଯ ସବୁ ଭୁଲିଯାଏ

କରିଥାଏ କର୍ମ ହୀନ ।


ଶୃତି ପ୍ରତିଶ୍ରୁତି ତୋର ମୋର ଭାବ

ମଣିଷର ସବୁ ଖେଳ ,

ସମୟ ସରିଲେ ଖେଳ ଶେଷ ହୁଏ

ପୁରଇ ଆୟୁଷ କାଳ ।


ସବୁ ଜାଣିଶୁଣି ଏ ମଣିଷ ଜାତି

ପ୍ରତିଯୋଗିତାରେ ଧାଏଁ ,

ଅନ୍ୟ ଗୋଡ଼ ଟାଣି ଆଗେଇବା ଲକ୍ଷ୍ୟେ

ପଡ଼ିଯାଏ କେବେ ଛାଏଁ ।


ଆଖି ବୁଜିଦିଏ ଚିରଦିନ ପାଇଁ

ଶ୍ମଶାନର ପଥପରେ ,

ଜୁଇରେ ମୁଠାଏ ପାଉଁଶ ହୋଇଣ

ବହିଯାଏ ଜଳଧାରେ ।


    


Rate this content
Log in

Similar oriya poem from Abstract