STORYMIRROR

Pritipriya Mohanty

Inspirational

2.5  

Pritipriya Mohanty

Inspirational

ମଣିଷ ଓ ପ୍ରଦୂଷିତ ପରିବେଶ

ମଣିଷ ଓ ପ୍ରଦୂଷିତ ପରିବେଶ

1 min
13.2K


ପ୍ରୀତିପ୍ରିୟା ମହାନ୍ତି


ପରିବେଶ ଶଦ୍ଦ ବ୍ୟାପକ ଅଟଇ

ନୁହଁଇ ଏହା ସୀମିତ,

ମାଟିରୁ ଆକାଶ,ଜଳ ଠାରୁ ସ୍ଥଳ

ଅଟେ ଏହା ପରିବ୍ୟାପ୍ତ ।।


କ୍ଷିତି,ଅପ୍,ତେଜ,ମରୁତ,ବ୍ୟୋମ ଯେ

ଅଟେ ପଞ୍ଚମହାଭୂତ,

ଏ ସବୁକୁ ନେଇ ପରିବେଶ ଗଢା

ଯାହା ଆଜି ପ୍ରଦୂଷିତ ।।


ପରିବେଶ ଯଦି ହେଉଛି ଦୂଷିତ

କାରଣ ନୁହଁଇ ଏକ,

ଏଥିପାଇଁ ଦାୟୀ ମଣିଷ ସମାଜ

କାରଣ ବି ଏକାଧିକ ।।


ପ୍ରକୃତି ରାଣୀର ଅବଦାନ ଇଏ

ମଣିଷ ସମାଜ ପାଇଁ,

ନିଜ ଗୋଡେ ନିଜେ ଚୋଟ ମାରୁଛି ସେ

ଭବିଷ୍ୟତ ଦେଖୁ ନାହିଁ ।।


ଧୂଆଁ,ଧୂଳି ବେଶି ତ୍ୟାଗ କରିଥାଏ

ଇନ୍ଧନ ଚାଳିତ ଯାନ,

ସେଇ ଧୂଆଁ,ଧୂଳି ବାୟୂ ସହ ମିଶି

କରିଲାଣି ପ୍ରଦୂଷଣ ।।


ଆଧୁନିକତାର ଦ୍ବାହିରେ ମଣିଷ

ସୌଖିନି ହୋଇଯାଉଛି,

ଅସୀମ ଅଭାବ ପୂରଣ ପାଇଁକି

ଶିଳ୍ପବିପ୍ଳବ ଉଇଁଛି ।।


ଦୂଷିତ ଜଳ ଓ ବିଷାକ୍ତ ଗ୍ୟାସକୁ

ଛାଡୁଅଛି କାରଖାନା,

ନଦୀଜଳ ଓ ବାୟୂରେ ମଶି ସେ

ରୋଗ ଡାକିଲାଣି ନାନା ।।


ଆଗପଛ କିଛି ବିଚାର ନ କରି

ବୃକ୍ଷରାଜି କାଟୁଅଛି,

ବାୟୂମଣ୍ଡଳରେ ଅଙ୍ଗାରକାମ୍ଳ ଯେ

ହୁଉ ହୁଉ ବଢୁଅଛି ।।


ବର୍ଷାଜଳ ସହ ମିଶି ତାହା ପୁଣି

ଅମ୍ଳବୃଷ୍ଟି କରୁଅଛ

ି,

ଶସ୍ୟକ୍ଷେତ୍ରର ଉତ୍ପାଦନ କ୍ଷମତା

ସେ ଲାଗି ହ୍ରାସ ପାଉଛି ।।


ଓଜୋନ ସ୍ତରରେ ରନ୍ଧ୍ର କରିଲାଣି

କ୍ଲୋରୋଫ୍ଲୋରୋ କାରବନ,

କ୍ଷତିକାରୀ ରଶ୍ମୀ ଅତିବାଇଗଣୀ

ଦେଖେଇବ ଦୁରଦିନ ।।


କୃତିମ ସାରର ବେଭାର ହେଉଛି

ହେଉନି ଜୈବିକ ସାର,

ପୋକମରା ଔଷଧ ହ୍ରାସ କରିଲାଣି

ମୃତ୍ତିକାର ଉରୁବର ।।


ପ୍ଲାଷ୍ଟିକ ଜରି ଓ ଧାତବ ପଦାର୍ଥ

ଏଣେ ତେଣେ ଦଉ ଫୋପାଡି,

ପରିବେଶ ତାହା କରୁଛି ଦୂଷିତ

ମାଟି ବି ଯାଉଛି ବିଗିଡି ।।


ଋତୁଚକ୍ରର ପରିବର୍ତ୍ତନ ହୋଇ

ଋତୁ ହୋଇଲେଣି ଉଭାନ,

ଶୀତ,ବସନ୍ତ ଓ ବରଷା ଦିଶୁନି

ବଢିଲାଣି ବିଶ୍ୱତାପନ ।।


ଧିରେ ଧିରେ ଅନୁଭୂତ ହୋଇଲାଣି

ସବୁଜ କୋଠରୀ ପ୍ରଭାବ,

ହେ ମାନବ ଏବେ ଜାଗିଉଠ ତୁମେ

ବଦଳାଅ ନିଜ ସ୍ୱଭାବ ।।


ବୁଦ୍ଧିମାନ ନର କରିଛି ସଭିଙ୍କୁ

ନଷ୍ଟ,ଭ୍ରଷ୍ଟ ଓ ଦୂଷିତ,

ବାୟୂ,ଜଳ,ମାଟି ମଣିଷ ବି ନିଜେ

କେହି ନୁହେଁ ସୁରକ୍ଷିତ ।।


ପ୍ରଦୂଷଣ ମୂକ୍ତ ହୋଇବ ନିଶ୍ଚୟ

ଆପଣାଅ ନାନା ଉପାୟ,

ଯେତେ ବି ସମ୍ଭବ ଯୋଉଠି ସମ୍ଭବ

ବୃକ୍ଷଲତାମାନ ଲଗାଅ ।।


ସୁସ୍ଥ ସମାଜ ଗଠନରେ ଲୋଡା

ସୁସ୍ଥ ପରିବେଶ ଟିଏ,

ଏ ସବୁ ସମ୍ଭବ ମଣିଷ ହାତରେ

ଆଉ ବା କରିବ କିଏ ।।


Rate this content
Log in

Similar oriya poem from Inspirational