STORYMIRROR

Papu parida

Inspirational

3  

Papu parida

Inspirational

ମଣିଷ ଜନମ

ମଣିଷ ଜନମ

1 min
214

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

ଦେଖୁ ଦେଖୁ କେ ବା ସହୁ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

 ଜଗତ ଉଦ୍ଧାର ହେଉ।।


ଅନ୍ତର ଭିତରେ ପ୍ରତି ମୁହୂର୍ତ୍ତରେ 

ଜାଗୁ ସେବା ମନୋଭାବ

ଅଙ୍ଗ ଅଙ୍ଗ ଗାଉ ଜାତିର ଗୋୖରବ

ଜାଗରେ ତରୁଣ ଜାଗ।।

 

ପ୍ରତି ମାଂସ ଖଣ୍ଡ ପ୍ରତି ରକ୍ତବୁନ୍ଦା 

ମୋ ଦେଶସେବାରେ ଲାଗୁ

ମନ ଆକାଶରେ ଖାଲି ଥିବା ସ୍ଥାନ

ତ୍ରିରଙ୍ଗା ରଙ୍ଗରେ ରଙ୍ଗୁ।।


ବିଧାତାଙ୍କ ଦାନ ଅଟେ ମୂଲ୍ୟବାନ

ମଣିଷ ଜନମ ଭାଇ

ମିଛ ସ୍ଥାପତ୍ୟରେ ମିଛ ଅହଂକାରେ

ଛନ୍ଦି ହେବି କାହିଁ ପାଇଁ।।


ଜାଗୁ ଜାତି ପ୍ରୀତି ତାହାରି ଉନ୍ନତି

ହେବି ମୁଁ ତାରି ସେତୁ

ସାହାଯ୍ୟର ଭାବେ ବାନ୍ଧି ହେଇଯାଉ

ମୋ ଦେଶ ଜଗତ ଜିତୁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational