STORYMIRROR

Priyaranjan Biswal

Abstract Fantasy Others

4  

Priyaranjan Biswal

Abstract Fantasy Others

ମଣିଷ ଜୀବନ

ମଣିଷ ଜୀବନ

2 mins
29

ମଣିଷ ଜୀବନ


କେବେ ସକାଳ ସବିତା

କେବେ ସେ ସନ୍ଧ୍ଯା ସଳିତା

କେବେ ଅଟେ ଶୁଭସ୍ମିତା

କେବେ ପୁଣି ନିବେଦିତା

କେବେ ସେ ଗୀତି କବିତା

କେବେ ତା' ଜଳଇ ଚିତା।।

ଅଢେଇ ଦିନ ଏ ମଣିଷ ଜୀବନ

କେବେ ସେ ସ୍ୱାଧୀନ କେବେ ପରାଧୀନ।


କେବେ ମନର ସେ ଲିପ୍ସା

କେବେ ଇତି ହୁଏ ଆଶା

କେବେ ବଞ୍ଚିବାର ନିଶା

କେବେ ସେ ଭାଙ୍ଗେ ଭରଷା

କେବେ ରାଗ କ୍ରୋଧ ହିଂସା

କେବେ କରେ ଲୋକ ହସା।।

ଅଢେଇ ଦିନ ଏ ମଣିଷ ଜୀବନ

କେବେ ସେ ସ୍ୱାଧୀନ କେବେ ପରାଧୀନ।


କେବେ ଛାତି ତଳ କୋହ

କେବେ ଆଖି କୋଣ ଲୁହ

କେବେ ସମ୍ପର୍କର ମୋହ

କେବେ ପୁଣି ଚକ୍ରବୃହ

କେବେ ଖୁସିର ସେ ସୁଅ

କେବେ ଦୁଃଖର ସେ କୂଅ।।

ଅଢେଇ ଦିନ ଏ ମଣିଷ ଜୀବନ

କେବେ ସେ ସ୍ୱାଧୀନ କେବେ ପରାଧୀନ।


କେବେ ରବିର ବେଦନା

କେବେ ସଫଳ ପ୍ରାର୍ଥନା

କେବେ ଅପୂର୍ଣ୍ଣ କାମନା

କେବେ ସୁଦୃଢ ସାଧନା

କେବେ ସୁବ୍ରତ ବନ୍ଦନା

କେବେ ପ୍ରେମ ଆରାଧନା।।

ଅଢେଇ ଦିନ ଏ ମଣିଷ ଜୀବନ

କେବେ ସେ ସ୍ୱାଧୀନ କେବେ ପରାଧୀନ।


କେବେ ଫୁଲ ଓ ଚନ୍ଦନ

କେବେ ମିଛର ବନ୍ଧନ

କେବେ ସ୍ୱାର୍ଥର ଅଞ୍ଜନ

କେବେ ମନର ରଞ୍ଜନ

କେବେ ସୁଖର ସନ୍ଧାନ

କେବେ ଦୁଃଖ ଚିରନ୍ତନ।।

ଅଢେଇ ଦିନ ଏ ମଣିଷ ଜୀବନ

କେବେ ସେ ସ୍ୱାଧୀନ କେବେ ପରାଧୀନ।


କେବେ ସିଏ ହାସ୍ଯମୟୀ

କେବେ ଅଟେ ସେ ଚିନ୍ମୟୀ

କେବେ ହୁଏ ସେ ବିଜୟୀ

କେବେ ପୁଣି ପରାଜୟୀ

କେବେ ଅଟେ ସେ ମୂର୍ମୟୀ

କେବେ ସେ ଅମୃତମୟୀ।।

ଅଢେଇ ଦିନ ଏ ମଣିଷ ଜୀବନ

କେବେ ସେ ସ୍ୱାଧୀନ କେବେ ପରାଧୀନ।


କେବେ ଅକୁହା କାହାଣୀ

କେବେ ରହସ୍ୟ ଚାହାଣୀ

କେବେ ସାଜେ ସେ ବିନ୍ଧାଣି

କେବେ ପୁଣି ଚିନ୍ତାମଣି

କେବେ ସୁଖ ଦିଏ ଆଣି

କେବେ ପକାଏ ଭାଳେଣି।।

ଅଢେଇ ଦିନ ଏ ମଣିଷ ଜୀବନ

କେବେ ସେ ସ୍ୱାଧୀନ କେବେ ପରାଧୀନ।


କେବେ ସୁଖର ପ୍ରହର

କେବେ ଦୁଃଖ ଗନ୍ତାଘର

କେବେ ସ୍ୱପ୍ନର ସହର

କେବେ ସତ୍ଯର ପ୍ରହାର

କେବେ ଦୁନିଆ ନିଜର

କେବେ ସଂସାରଟା ପର।।

ଅଢେଇ ଦିନ ଏ ମଣିଷ ଜୀବନ

କେବେ ସେ ସ୍ୱାଧୀନ କେବେ ପରାଧୀନ


କେବେ ଓଠ ତଳ ହସ

କେବେ ଯନ୍ତ୍ରଣା ପାଉଁସ

କେବେ ସୁଖର ପୀୟୁଷ

କେବେ ଅଫେରା ବୟସ

କେବେ ଅଜଣା ସାହସ

କେବେ କରଇ ହାରାସ।।

ଅଢେଇ ଦିନ ଏ ମଣିଷ ଜୀବନ

କେବେ ସେ ସ୍ୱାଧୀନ କେବେ ପରାଧୀନ।


କେବେ ମାୟା ମରୀଚିକା

କେବେ ସୁନ୍ଦରୀ ପ୍ରେମିକା

କେବେ ସାଜେ ସେ ଜଳକା

କେବେ ଦିଏ ପୁଣି ଧୋକା

କେବେ ସାଜେ ସିଏ ବୋକା

କେବେ ଲାଗେ ଫିକା ଫିକା।।

ଅଢେଇ ଦିନ ଏ ମଣିଷ ଜୀବନ

କେବେ ସେ ସ୍ୱାଧୀନ କେବେ ପରାଧୀନ।


ଏଇତ ଅଟେ ଜୀବନ

ପ୍ରେମର ସେହି ବନ୍ଧନ

ବିଶ୍ୱାସ ଆଉ ବିଜ୍ଞାନ

ସବୁରି ହୃତ୍ ସ୍ପନ୍ଦନ

ପ୍ରେମର ଅଟଇ ଦାନ

କହୁ ଅଛି ଜନ ମନ।।

ଅଢେଇ ଦିନ ଏ ମଣିଷ ଜୀବନ

କେବେ ସେ ସ୍ୱାଧୀନ କେବେ ପରାଧୀନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract